ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବାଜିବ ବିଶ୍ବକପ୍‌ ବିଗୁଲ୍‌: ଦୁଲୁକିବ ବାରବାଟୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ‌ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ସମାରୋହ ଆସନ୍ତାକାଲି କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଛି।
ବିଶ୍ବକପ୍ ହକି ଟ୍ରଫି ସାରାରାଜ୍ୟରେ ବୁଲିବା ପରେ ଆଜି ରାତିରେ କଟକରେ ପହଞ୍ଚିଛି। ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଞ୍ଚିବା ପରେ ତାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମକୁ ଅଣାଯାଇଛି। ହକି ଟ୍ରଫିକୁ ଇଣ୍ଡୋର୍‌ ଷ୍ଟାଡିୟମରେ ରାତିରେ ରଖାଯାଇଥିବା ବେଳେ ଆସନ୍ତକାଲି ସକାଳ ସାଢ଼େ ୬ଟାରେ ଟ୍ରଫିକୁ ବାଲିଯାତ୍ରା ପଡ଼ିଆର କଟକ ଇନ୍‌ କଟକକୁ ନିଆଯିବ। ସେଠାରୁ ପ୍ରସ୍ତୁତ ହୋଇଥିବା ଏକ ମଞ୍ଚରେ ଟ୍ରଫିକୁ ଏକଘଣ୍ଟା ପାଇଁ ରଖାଯିବ।

ଏତଦ୍‌ବ୍ୟତୀତ କଟକ ଇନ୍‌ କଟକରୁ ସକାଳ ୮ଟାରେ ଏକ ଶୋଭାଯାତ୍ରାରେ ଟ୍ରଫିକୁ ସହର ପରିକ୍ରମା ପାଇଁ ନିଆଯିବ। ଶୋଭାଯାତ୍ରାଟି ପ୍ରଥମେ କଟକ ଚଣ୍ଡୀ ମନ୍ଦିରକୁ ଯିବ। ଏହାପରେ ଏହାକୁ ଶୈଳବାଳା ମହିଳା କଲେଜ, ସମାଜ ଅଫିସ, ବକ୍ସିବଜାର, ନେତାଜୀ ସଂଗ୍ରହାଳୟ, କଦମ-ଏ-ରସୁଲ, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ ଛକ, ଚାନ୍ଦିନୀଚୌକ, ବେଲଭ୍ୟୁ ଛକ ଦେଇ ଶୋଭାଯାତ୍ରାକୁ ସତୀଚୌରା ଛକରୁ ସିଡିଏ ୬ ନମ୍ବରସ୍ଥିତ ଆଇ ହସ୍ପିଟାଲ ଦେଇ ସିଡ଼ିଏ -୯ ମାର୍କେଟ କଂପ୍ଲେକ୍ସ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନିଆଯିବ। ସେଠାରୁ ଏହାକୁ ଚହଟା ଦେଇ ରିଂ ବନ୍ଧ ରାସ୍ତାରେ ଯୋବ୍ରା ‌ଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରକୁ ନିଆ‌ଯିବ। ଏଠା‌ରୁ ଟ୍ରଫିକୁ ରାଣୀହଟ ଛକ, ମଙ୍ଗଳାବାଗ ଛକ ଓ ମାତାମଠ ଛକଦେଇ ଅପରାହ୍ନ ସାଢ଼େ ବାରଟାରେ କ୍ୟାଣ୍ଟନ୍‌ମେଣ୍ଟ ରାସ୍ତାରେ ବାରବାଟୀ ଷ୍ଟାଡିୟମକୁ ଅଣାଯିବ। ଅପରାହ୍ନ ୨ଟାରେ ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଗେଟ୍‌କୁ ଖୋଲାଯିବ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ରଣବୀର ସିଂହ, ଦିଶା ପଟାନୀ, ସବ୍ୟସାଚୀ, ଅର୍ଚ୍ଚିତା
ଅପରାହ୍ନ ୨ଟାରେ ଖୋଲିବ ‌ଷ୍ଟାଡିୟମ ଗେଟ୍‌; ୩ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଅପରାହ୍ନ ୩ଟାରେ ହକି ଉଦ୍‌ଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ରଣବୀର ସିଂହଙ୍କ ସମେତ ଦିଶା ପଟାନୀ, ଓଲିଉଡର କଳାକାର ସବ୍ୟସାଚୀ, ଅର୍ଚ୍ଚିତା, ଏଲିନା ସାମନ୍ତରାୟ, ଅନନ୍ୟା ନନ୍ଦ, ଲିସା ମିଶ୍ର, ଋତୁରାଜ ମହାନ୍ତି, ସୁନୀତି ମିଶ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରୀତମ ବ୍ୟାଣ୍ଡ ସଂଗୀତ ପରିବେଷଣ କରିବା ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌, ଅରୁଣା ମହାନ୍ତି ଡ୍ୟାନ୍ସ ଗ୍ରୁପ୍‌ ନୃତ୍ୟ ପରିବେଷଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉଦ୍‌ଘାଟନ ସମାରୋହରେ ଉପସ୍ଥିତ ରହିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।