ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ: ଜାଣନ୍ତୁ କ’ଣ କରିବେ ଏବଂ କେଉଁ କାମ କରିବେନି

ଭୁବନେଶ୍ୱର ୧୪/୧୨ : ବର୍ଷ ୨୦୨୦ର ଶେଷ ସୂର୍ଯ୍ୟ ପରାଗ ସୋମବାର ଡିସେମ୍ବର ୧୪ ତାରିଖରେ ଲାଗିବ। ଏହି ସୂର୍ଯ୍ୟ ପରାଗ ବିଛା ରାଶି ଓ ମିଥୁନ ଲଗ୍ନରେ ଲାଗିବ। ଭାରତରେ ପରାଗ ଦୃଶ୍ୟମାନ ହେବନାହିଁ। ସେଥିପାଇଁ ଭାରତରେ ଏହାର କିଛି ପ୍ରଭାବ ପଡିବ ନାହିଁ। ବର୍ଷର ଏହି ଶେଷ ସୂର୍ଯ୍ୟ ପରାଗ ସମ୍ବନ୍ଧୀୟ କିଛି ଜରୁରୀ ତଥ୍ୟ ଜାଣିବା ଦରକାର। ସନାତନ ଧର୍ମ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଆମ ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ଗ୍ରହଣ ସମୟରେ ସୂର୍ଯ୍ୟଙ୍କ କିରଣ ହାନିକାରକ ହୋଇଥାଏ। ସେଥିପାଇଁ ଗ୍ରହଣ ସମୟରେ ଖାଦ୍ୟପେୟ ଜିନିଷରେ ତୁଳସୀ ପତ୍ର ପକାଇ ରଖାଯାଏ ଯେପରି ଖାଦ୍ୟପେୟ ଅଶୁଦ୍ଧ ନ ହେଉ।

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୧୪ ତାରିଖ, ସୋମବାର ଦିନ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ରହିବ। ଏହି ପରାଗ ଅଷ୍ଟମ ରାଶି ବିଛା ରାଶିରେ ଲାଗିବ। ସେଥିପାଇଁ ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ।

ସୂର୍ଯ୍ୟ ପରାଗ ଆରମ୍ଭ – ୧୪ ତାରିଖ,ସମୟ-୧୯:୦୩:୫୫

ସୂର୍ଯ୍ୟ ପରାଗ ସମାପ୍ତ – ୧୫ ତାରିଖ, ସମୟ-୦୦:୨୩:୦୩

ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ କିନ୍ତୁ ଭାରତରେ ଏହା ଦୃଶ୍ୟମାନ ନୁହେଁ। ସେଥିପାଇଁ ଦେଶରେ ସୂତକ ମଧ୍ୟ ଲାଗୁ ହେବନାହିଁ। ଏହି ସୂର୍ଯ୍ୟ ପରାଗ ଆଫ୍ରିକା ମହାଦ୍ଵୀପର ଦକ୍ଷିଣ ଭାଗ, ଦକ୍ଷିଣ ଆମେରିକାର ଅଧିକାଂଶ ଭାଗ, ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ଆଟ୍ଲାଣ୍ଟିକ, ହିନ୍ଦ ମହାସାଗର ଓ ଆଣ୍ଟର୍ଟିକାରେ ଦୃଶ୍ୟମାନ ହେବ।

ସୂର୍ଯ୍ୟ ପରାଗ ଏହିସବୁ କାମ କରନ୍ତୁନି :

୧. ସୂର୍ଯ୍ୟ ପରାଗ ସମୟରେ ଚୁଟିରେ ତେଲ ଲଗାଇବା, ଭୋଜନ କରିବା, ଶୋଇବା, କେଶ ବାନ୍ଧିବା, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ବନ୍ଧ ରଖିବା, ଲୁଗା ସଫା କରିବା ଭଳି କାମ କରିବେନି।

୨. ପରାଗ ସମୟରେ ଭଗବାନଙ୍କ ପ୍ରତିମାକୁ ଛୁଇଁବା ମନା ହୋଇଥାଏ।

୩. ପରାଗ ସମୟରେ ଅନ୍ନ ଗ୍ରହଣ କରିବା ଅନୁଚିତ। ଏହି ସମୟରେ ଅନ୍ନ ଗ୍ରହଣ କଲେ ନର୍କରେ ଯାତନା ସହିବାକୁ ପଡେ ବୋଲି କୁହାଯାଏ।

୪. ପରାଗ ସମୟରେ ଶୋଇବା ଅନୁଚିତ। ପରାଗ ସମୟରେ ୩ ଘଣ୍ଟା ଯାଏଁ ଖାଇବା ଉଚିତ ନୁହେଁ। ରୋଗୀ, ବୟସ୍କ ଓ ଶିଶୁଙ୍କ ପାଇଁ ବାରଣ ନାହିଁ।

୫. ପୁରାଣ ଅନୁଯାୟୀ, ପରାଗ ସମୟରେ ଅନ୍ୟ କେହି ଦେଇଥିବା ଖାଦ୍ୟ ଖାଇଲେ ପୁଣ୍ୟ ନାଶ ହୋଇଥାଏ।

୬. ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଅନୁଚିତ। କିନ୍ତୁ ମନରେ ଭଗବାନଙ୍କୁ ସ୍ମରଣ କରିପାରିବେ।

ପରାଗ ସମୟରେ କଣ କଣ କରିବା ଉଚିତ :

୧. ପରାଗ ଲାଗିବା ପୂର୍ବରୁ ସ୍ନାନ ଆଦି ସାରି ଭଗବାନଙ୍କ ପୂଜାର୍ଚ୍ଚନା କରିବା ଉଚିତ।

୨. ପୌରାଣିକ ବିଶ୍ୱାସ ଅନୁଯାୟୀ, ପରାଗ ସମୟରେ ଅଭାବୀଙ୍କୁ ଦାନ କଲେ ସୁଫଳ ମିଳିଥାଏ। ପରାଗ ସମୟରେ ପୁଣ୍ୟ କର୍ମ କରିବା ଉଚିତ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ