ଖେଳ ଦେଶ ବିଦେଶ

ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍‌: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା

ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍‌ରେ ହରାଇ ସାରିବା ପରେ ଟିମ୍‌ ଇଣ୍ଡିଆର ନଜର ଏଥର ଦକ୍ଷିଣ ଆଫ୍ରିକା ଉପରେ । ପ୍ରଥମ ଟେଷ୍ଟରୁ ଆଧିପତ୍ୟ ଜାରି ରଖିବାକୁ କୋହଲି ବାହିନୀ ଲକ୍ଷ୍ୟ ରଖିଛି ।

ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ପାଇଁ ଗଠିତ ୨୧ ଜଣିଆ ଦକ୍ଷିଣ ଆଫ୍ରିକା ଦଳରେ ୬ ଅନ୍‌ କ୍ୟାପଡ୍‌ ତଥା ନୂଆ ଖେଳାଳିଙ୍କୁ ସାମିଲ କରା ଯାଇଛି । ପୂର୍ବରୁ ଭାରତୀୟ ଦଳ ବିରୋଧରେ ସଂଖ୍ୟାଧିକ ଘରୋଇ ଖେଳାଳି ନିୟମିତ ଖେଳି ଆସୁଥିବା ଦୃଷ୍ଟିରୁ ସେମାନଙ୍କୁ ବାଦ ଦେଇ ୬ ନୂଆ କ୍ରିକେଟରଙ୍କୁ ଦଳରେ ସ୍ଥାନୀତ କରା ଯାଇଛି । ଏହି ନବାଗ୍‌ତ ଖେଳାଳି ମାନେ ହେଲେ- ଫାଷ୍ଟ ବୋଲର କ୍ଳେଟନ ଷ୍ଟୁରମ୍ୟାନ୍‌,ମାର୍କୋ ଜାନସେନ ଓ ଶିସାନନ୍ଦ ମାଗାଲା ଏବଂ ଦୁଇ ନୂଆ ବ୍ୟାଟ୍ସମ୍ୟାନ ହେଲେ ସାରେଲ ଏରୱି ଓ ରିୟାନ ରିକଲଟନ ଏବଂ ଅଫ୍‌ ସ୍ପିନର ପ୍ରେନେଲାନ୍‌ ସୁବ୍ରାୟେନ୍‌ । ତେବେ ଏହି ସବୁ ଖେଳାଳିଙ୍କ ବିରୋଧରେ ଭାରତୀୟ ଦଳ କେବେ ଖେଳି ନାହାନ୍ତି । ତେଣୁ ଭାରତୀୟ ଦଳ ଏହି ନୂଆ ଖେଳାଳିଙ୍କୁ ମୁକାବିଲା କରିବା ବେଳେ ଅତି ହୁସିଆର ହୋଇ ଖେଳିବାକୁ ପଡିବ । କାରଣ ଦଳରେ ସାମିଲ ହୋଇଥିବା ନୂଆ ଖେଳାଳି ମାନେ ଭାରତୀୟ ଦଳ ଉପରେ ବଡ ପ୍ରଭାବ ପକାଇବେ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଚୟନକର୍ତ୍ତାମାନେ ବିଶ୍ୱାସ ରଖିଛନ୍ତି । ଏହି ଖେଳାଳିଙ୍କ ସହିତ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେ ହେଲେ- ଡିନ ଏଲଗାର(ଅଧିନାୟକ),ତାମ୍ବା ବାଭୁମା, କିଗନ ପିଟରସନ, ,ଦେନ ମାରକ୍ରାମ, ଆର ଭାନ ଡେର ଡୁସେନ,ଜର୍ଜ ଲିଣ୍ଡେ, ୱିଆନ ମୁଲଡର,କ୍ୱିଣ୍ଟନ ଡି କକ୍‌, କାୟଲେ ଭାରେନେ, କାଗିସୋ ରାବାଡା, ବ୍ୟୁୟୁରାନ ହେଣ୍ଡ୍ରିକ୍ସ,କେଶବ ମହାରାଜ, ଲୁଙ୍ଗି ଏନଗିଦ, ଡୁଆନେ ଅଲିଭର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ