ରାଜ୍ୟ

ଆଜି ପହଞ୍ଚିବେ ରାହୁଲ ଗାନ୍ଧି: ୪.୪ କିମିର ପଦଯାତ୍ରା, ୪ ଜନ ସମାବେଶ

ବୀରମିତ୍ରପୁର ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ସେ ଯୋଗଦେବେ। ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ। ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଯାତ୍ରା ଅପରାହ୍ନ ସାଢ଼େ ୪ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବାପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ନ୍ୟାୟଯାତ୍ରା ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ। ସେଠାରେ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଗସ୍ତ କରିବେ।

ରାହୁଲଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାହୁଲଙ୍କ ଏହି ଯାତ୍ରା ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରଭାବ ପକାଇବ ଏବଂ ୯ରୁ ୯୦ ଆସନ ଲକ୍ଷ୍ୟ ପୂରଣରେ ଦଳକୁ ସହାୟକ ହେବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଭାରତଯୋଡ଼ ନ୍ୟାୟ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍‌ନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍‌ର ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଝାରସୁଗୁଡ଼ାରେ ସବୁ ନେତାଙ୍କ ଡେରା

ଝାରସୁଗୁଡ଼ା: ଆସନ୍ତା ୭ ଓ ୮ ଦୁଇଦିନ ଝାରସୁଗୁଡ଼ାରେ କଂଗ୍ରେସର ଭାରତଯୋଡ଼ୋ ନ୍ୟାୟ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଡେରା ପକାଇ ରହିଛନ୍ତି। ରବିବାରଠାରୁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ସାଂସଦ ସଞ୍ଜୟ ଭୋଇ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତିକାର୍ଯ୍ୟର ସମୀକ୍ଷା କରିଛନ୍ତି। ଯେଉଁସବୁ ସ୍ଥାନରେ ପଦଯାତ୍ରା ଓ ଜନ ସମ୍ମିଳନୀ ହେବ, ସେହିସବୁ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାନୁସାରେ, ୭ ତାରିଖ ସନ୍ଧ୍ୟାରେ ଶ୍ରୀ ଗାନ୍ଧି ସୁନ୍ଦରଗଡ଼ରେ ପଦଯାତ୍ରା ଶେଷ କରି ଝାରସୁଗୁଡ଼ାରେ ପହଞ୍ଚିବେ। ଅମଲିପାଲି ପଡ଼ିଆରେ ରାତ୍ରି ରହଣି ବ୍ୟବସ୍ଥା କରାଯାଇଛି। ୮ ତାରିଖ ସକାଳ ୮ଟାରେ ଝାରସୁଗୁଡ଼ା ପୁରୁଣା ବସ୍‌ଷ୍ଟାଣ୍ଡ ଛକରୁ ଯାତ୍ରା ବାହାରି ବେହେରାମାଲ, କିଷାନ ଛକରେ ପଦଯାତ୍ରା ଶେଷ ହେବ। ଏହାପର ସେହି କିଷାନ ଛକରେ ସାଧାରଣ ସଭା ଅନୁଷ୍ଠିତ ହେବ। ପରେ ଯାତ୍ରା ୪୯ ନମ୍ବର ଜାତୀୟ ରାଜପଥରେ ଯାଇ ଲଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚି ସେଠାରେ ବିଶ୍ରାମ କରିବେ। କୁରେଇମାଲରେ ମଧ୍ୟାହ୍ନ ଭୋଜନ କରିବେ ଏବଂ କନକତୋରାରେ ପଦଯାତ୍ରା ହେବ। ଦିନ ୩ଟାରେ ଯାତ୍ରା ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲିରେ ପହଞ୍ଚିବ ବୋଲି ପୂର୍ବ କାର୍ଯ୍ୟସୂଚୀରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ଶ୍ରୀ ଗାନ୍ଧିଙ୍କ ଭାରତଯୋଡ଼ା ଯାତ୍ରା କଂଗ୍ରେସ ସଙ୍ଗଠନ ଉପରେ କି ପ୍ରଭାବ ପକାଇବ, ତାହାଉପରେ ସମସ୍ତଙ୍କର ନଜର ରହିଛି। ଯଦିଓ ଦିବଂଗତ ବିଧାୟକ ନବ ଦ‌ାସ ଦଳ ଛାଡ଼ିବା ପରଠୁ ଝାରସୁଗୁଡ଼ାରେ କଂଗ୍ରେସ ଅସ୍ତିତ୍ବହୀନ ହୋଇପଡ଼ିଛି, ତଥାପି ଏହି ଯାତ୍ରା କର୍ମୀଙ୍କୁ ସଂଗଠିତ କରିବ ବୋଲି ବରିଷ୍ଠ ନେତାମାନେ ଆଶାପୋଷଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।