ଖେଳ

ଆଜି ଡବଲ୍ ଫାଇଟ୍ : ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ, ଦ୍ୱିତୀୟରେ ଦିଲ୍ଲୀ ବନାମ ପଞ୍ଜାବ

ଭୁବନେଶ୍ୱର, ୦୨|୦୫ : ରବିବାର ଆଇପିଏଲର ଖେଳାଯିବ ଦୁଇଟି ମୁକାବିଲା । ଅର୍ଥାତ ଡବଲ୍ ପାଇଟ୍ । ୨୮ ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସେହିପରି ୨୯ ତମ ଲିଗ୍ ମୁକାବିଲାରେ ସାମ୍ନାସାମ୍ନି ହେବେ କିଙ୍ଗସ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ।

ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ ରାଜସ୍ଥାନ ଓ ହାଇଦ୍ରାବାଦ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ ପଏଣ୍ଟ ଟେବୁଲରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ନିଜର ପରାଜୟ ଧାରା ଭାଙ୍ଗି ଉଭୟ ଦଳ ଟେବୁଲରେ ଉପରକୁ ଉଠିବାକୁ ପ୍ରୟାସ କରିବେ । ହାଇଦ୍ରାବାଦ ନିଜ ନେତୃତ୍ୱରେ ପରିବର୍ତ୍ତନ କରିଛି । ଦଳ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ଓ୍ୱିଲମସନଙ୍କୁ ଅଧିନାୟକ କରିଛି । ରାଜସ୍ଥାନ ୬ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଲାଭ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ହାଇଦ୍ରାବାଦ ମଧ୍ୟ ୬ଟି ମ୍ୟାଚରୁ ଗୋଟିଏରେ ବିଜୟଲାଭ କରିଥିବା ବେଳେ ୫ ମ୍ୟାଚରେ ପରାସ୍ତ ହୋଇଛି ।

ଦ୍ୱିତୀୟ ମୁକାବିଲାରେ ଫେସ୍ ଟୁ ଫେସ୍ ହେବେ କିଙ୍ଗସ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏବେସୁଦ୍ଧା ଦିଲ୍ଲୀର ଫର୍ମ ଭଲ ରହିଛି । ଦଳ ୭ ମ୍ୟାଚରୁ ୫ ବିଜୟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପଞ୍ଜାମ ମଧ୍ୟ ଆଭରେଜ ପ୍ରଦର୍ଶନ କରି ୭ ମ୍ୟାଚରୁ ୩ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି ।

ଉଭୟ ଦଳର ପେସ୍‌ ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ । କୌଣସି ପେସ୍‌ ବୋଲର ଆହତ ହେଲେ ତାଙ୍କ ସ୍ଥାନ ନେବା ଭଳି ଅଭିଜ୍ଞ ପେସ୍‌ ବୋଲର ଦଳରେ ରହିଛନ୍ତି । ମହମ୍ମଦ ସାମି ପଞ୍ଜାବ କିଙ୍ଗ୍‌ସ ପେସ୍‌ ବିଭାଗର ନେତୃତ୍ୱ ନେଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଝେୟ ରିଚାର୍ଡସନ, ରିଲି ମେରେଡିଥ୍‌, କ୍ରିସ୍‌ ଜୋର୍ଡାନଙ୍କ ଭଳି ଦକ୍ଷ ଫାଷ୍ଟ ବୋଲର ଦଳରେ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କାଗିସୋ ରାବାଡା, କ୍ରିସ୍‌ ୱକ୍ସ, ଅଭେଶ ଖାନ୍‌, ଟମ କୁରାନ ରହିଛନ୍ତି ।

ରବିବାର ଖେଳାଯିବାକୁ ଥିବା ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ରଣନୀତିରେ ପରିବର୍ତ୍ତନ କରିବ । ସଠିକ ସମୟରେ ବୋଲରଙ୍କୁ ଉପଯୋଗ କରିବା ଜରୁରୀ । ତ୍ରୁଟି ନଦୋହରାଇବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଯତ୍ନବାନ ହେବ ।

ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ପୂରନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ତାଙ୍କ ବ୍ୟାଟ୍‌ରୁ ଏକ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ