ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି କର୍ଣ୍ଣାଟକ ନିର୍ବାଚନ ଫଳ; ବେଙ୍ଗାଲୁରୁରେ କଡ଼ା ସୁରକ୍ଷା, ସକାଳ ୮ରୁ ଗଣତି

ବେଙ୍ଗାଲୁରୁ: ଶନିବାର ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିବ। ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହୋଇଥିଲା। ରାଜ୍ୟରେ ଚଳିତ ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେ ଥିବାରୁ ସମସ୍ତ ରାଜନୈତିକ ଦଳ କର୍ଣ୍ଣାଟକ ନିର୍ବାଚନ ଯୁଦ୍ଧରେ ବିଜୟୀ ହେବା ଲକ୍ଷ୍ୟ ରଖିଛନ୍ତି। ଆଜି ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହେବ। ଅପରାହ୍ନ ଗୋଟାଏ ବେଳକୁ ପ୍ରାୟ ସମସ୍ତ ଆସନରୁ ସ୍ପଷ୍ଟ ଚିତ୍ର ଆସି ସାରିଥିବ।

୩୬ଟି କେନ୍ଦ୍ରରେ ଭୋଟ୍‌ ଗଣତି ହେବ। ଇତିମଧ୍ୟରେ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ସ୍ବାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ ଆରମ୍ଭ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଜେପିକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଆକଳନ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ମଧ୍ୟ ସମାନ ଆକଳନ କରିଛି। ଜେଡିଏସ୍‌ ଚଳିତ ନିର୍ବାଚନରେ କିଙ୍ଗ୍‌ମେକର ହେବା ଲକ୍ଷ୍ୟ ରଖିଛି। ଆଜି କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ବେଙ୍ଗାଲୁରୁରେ ଧାରା ୧୪୪ ଲାଗୁ ହେବ। ସମସ୍ତ ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ