ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଜି ଓଡ଼ିଶାରେ ପହଞ୍ଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ବର: କରୋନା ଟିକା ସଂକଟ ଭିତରେ ଖୁସି ଖବର । ଆଜି ଓଡ଼ିଶାରେ ପହଂଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱର ଜାତୀୟ ବିମାନବନ୍ଦରରେ ଏହି ଟିକା ପହଂଚିବ । ଏହି ଟିକା ୪୫ ବର୍ଷରୁ ଊର୍ଧ୍ବ ଲୋକଙ୍କୁ ଦିଆଯିବ ।

କହିରଖୁ କି କରୋନା ମହାମାରୀ ବିରୋଧ ଲଢେଇରେ ଟିକା ଏବେ ଅମୋଘ ଅସ୍ତ୍ର ପାଲଟିଛି । ଟିକା ମାଧ୍ୟମରେ କରୋନା ଉପରେ ବିଜୟଲାଭ କରିହେବ ଚିନ୍ତା କରି ସରକାର ଦେଶରେ ଟିକାକରଣକୁ ଦ୍ରୁତ କରିଛନ୍ତି । ଏହି କ୍ରମରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଆସନ୍ତା ୧ ତାରିଖ ଠାରୁ ଟିକା ଦିଆଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ରାଜ୍ୟସରକାର ଏହି ପର୍ଯ୍ୟାୟରେ ରାଜ୍ୟର ୨ କୋଟି ଯୁବବର୍ଗଙ୍କୁ ଟିକାଦେବା ନେଇ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ୧୮ ବର୍ଷରୁ ଅଧିକ ବୟସ୍କ ଯେଉଁମାନେ ଟିକାନେବା ପାଇଁ ଚାହୁଁଛନ୍ତି ସେମାନେ ଆଜି (ଏପ୍ରିଲ ୨୮) ତାରିଖ ଅପରାହ୍ନ ୪ ଟାରୁ ପଞ୍ଜିକରଣ କରିପାରିବେ ବୋଲି କୁହାଯାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।