ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅସଲ ଛାଡ଼ଖାଇ: ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର: ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ବୁଧବାରରେ ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ ପର୍ବ। ଆଜି ଖାସି ମାଂସ, ଚିକେନ୍, ମାଛ ତରକାରୀ ବାସ୍ନାରେ ଭାସିଉଠିବ ସହରରୁ ଗାଁ ପର୍ଯ୍ୟନ୍ତ। ଏଥିଲାଗି ଆଜି ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି।

ରାଜଧାନୀରେ ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି। ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଲେଣି। ରାଜଧାନୀରେ ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି। ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା ଥିବା ବେଳେ କଙ୍କଡ଼ା ୧୨୦୦ରୁ ୧୮୦୦ ଟଙ୍କା ରହିଛି। ଏଣେ ଚିଙ୍ଗୁଡ଼ି ଦର ୧ ହଜାର ଟଙ୍କା ଯାଏ ରହିଛି। ତେବେ ମାଛ ଦରରେ ଗତକାଲି ତୁଳନାରେ ବିଶେଷ ଫରକ୍ ନାହିଁ।
ବେପାରୀମାନେ ବି ବୁଧବାରକୁ ଦେଖି ସେହି ଅନୁସାରେ ମାଲ୍ ବରାଦ କରି ରଖିଥିଲେ। ଓଡ଼ିଶା ଛେଳି ଯଥେଷ୍ଟ ହେବ ନାହିଁ ବୋଲି ପୂର୍ବରୁ ପଶ୍ଚିମବଙ୍ଗରୁ ଛେଳି ଚାଲାଣ ହୋଇଥିଲା। ସେହିଭଳି ଆନ୍ଧ୍ରପ୍ରଦେଶରୁ ମାଛ ଓ ଚିକେନ୍ କିଛିଟା ଅଧିକ ପରିମାଣରେ ଆମଦାନି ହୋଇଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।