ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ‘ହିଟମ୍ୟାନ୍’, ସଚିନ ତେନ୍ଦୁଲକରଙ୍କ ଏହି ରେକର୍ଡ ସହ ହୋଇଥିଲେ ସମକକ୍ଷ

ନୂଆଦିଲ୍ଲୀ, ୦୬/୦୭: ଭାରତୀୟ ଦଳ ଷ୍ଟାର ଓପନର ତଥା ବିସ୍ଫୋରକ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଆଜିର ଦିନରେ ରଚିଥିଲେ ବିଶ୍ୱ ରେକର୍ଡ। ରୋହିତ ଦୁଇ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନରେ ଦିନିକିଆ ବିଶ୍ବକପ୍‌ ୨୦୧୯ରେ ବିରଳର ରେକର୍ଡ ହାସଲ କରିଥିଲେ। ରୋହିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେରେ ୫ଟି ଶତକୀୟ ଇନିଂସ୍‌ ଖେଳି ଖାସ୍‌ କାରନାମା କରିଥିଲେ। ଏଥିସହିତ କ୍ରିକେଟର ମହାକୂମ୍ଭରେ ସବୁଠୁ ଅଧିକା ଶତକୀୟ ଇନିଂସ୍‌ ଖେଳିଥିବା ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ ରୋହିତ।

ଜୁଲାଇ ୬ ତାରିଖରେ ଲର୍ଡସ ମଇଦାନରେ ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ୍‌ ଖେଳା ଯାଇଥିଲା। ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଦଳ ଆଞ୍ଜେଲା ମ୍ୟାଥୁସ୍‌ (୧୧୩) ଓ ଲାହିରୁ ଥିରୁମାନେଙ୍କ (୫୩) ରନ୍‌ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୬୪ ରନ୍‌ କରିଥିଲା। ଟିମ୍‌ ଇଣ୍ଡିଆ ୨୬୫ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୪୩.୩ ଓଭରରେ ହାସଲ କରିଥିଲା। ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ରୋହିତ ମ୍ୟାଚରେ ୯୪ଟି ବଲରେ ୧୦୩ ରନ୍ କରିଥିଲେ। ସେ କେଏଳ ରାହୁଲଙ୍କ ସହ ମିଶି ୧୮୯ ରନର ପାଟନରସିପ୍‌ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ବାଂଲାଦେଶ ବିପକ୍ଷରେ ୧୦୪, ଇଂଲଣ୍ଡ ବିପକ୍ଷରେ ୧୦୨, ପାକିସ୍ତାନ ବିପକ୍ଷରେ ୧୪୦ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୨ ରନ୍ ସ୍କୋର କରିଥିଲେ। ଏଥିସହିତ ଗୋଟିଏ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକୀୟ ଇନିଂସ୍ ଖେଳିଥିବା କୁମାର ସାଙ୍ଗାକାରଙ୍କୁ ପଛରେ ପକାଇଥିଲେ । ଶ୍ରୀଲଙ୍କାର ଏହି ମହାନ୍‌ ଖେଳାଳି ୨୦୧୫ ବିଶ୍ୱକପରେ ୪ଟି ଶତକୀୟ ଇନିଂସ୍‌ ଖେଳିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ