ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜିଠୁ Digital Rupeeରେ କରାଯାଇ ପାରିବ ନେଣଦେଣ, ପେଟିଏମ ଏବଂ ଗୁଗଲ ପେ ସହିତ ହେବ ମୁକାବିଲା ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୨୦୨୨ ଡିସେମ୍ବର ୧ରୁ ରିଟେଲ୍ ଡିଜିଟାଲ୍ ମୁଦ୍ରାର ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସି(ସିବିଡିସି) ନାମ ଦେଇଛି। କରେନ୍ସିକୁ ଡିଜିଟାଲ୍ କରିବା ଏବଂ କ୍ୟାସଲେସ୍ ପେମେଣ୍ଟଙ୍କୁ ଗତି ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଏହି ଉପାୟ ଅବଲମ୍ବନ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ, କଣ ପେମେଣ୍ଟର ଏହି ନୂତନ ଉପାୟ ୟୁପିଆଇ ଏବଂ ମୋବାଇଲ ଓ୍ଵାଲେଟ୍ ଯେପରି ପେଟିଏମ ଏବଂ ଗୁଗଲ ପେ ସହ ସିଧାସଳଖ ପ୍ରତିଯୋଗିତା ହେବ ? ଆସନ୍ତୁ ଜାଣିବା ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ…

ପେଟିଏମ ଏବଂ ଗୁଗଲ ପେଠୁ କେତେ ଭିନ୍ନ ?

ବିଶେଷଜ୍ଞଙ୍କ କହିବା କଥା ଡିଜିଟାଲ୍ ଟଙ୍କାର ମୁକାବିଲା ମୋବାଇଲ୍ ଓ୍ଵାଲେଟ୍ ଯଥା ପେଟିଏମ ଏବଂ ଗୁଗଲ ପେ ସହ ହେଉ ନାହିଁ। ଡିଜିଟାଲ୍ ମୁଦ୍ରା ପେମେଣ୍ଟର ଏକ ନୂତନ ତରିକା। ଏହା ଆଧାରରେ ଆପଣ ବ୍ୟାଙ୍କରୁ ଥରୁଟିଏ ଡିଜିଟାଲ୍ ଟଙ୍କା କିଣିବାକୁ ପଡିବ। ଏହା ପରେ ଆପଣ ଓ୍ଵାଲେଟ୍‌ରୁ ଓ୍ଵାଲେଟ୍‌ରେ ନେଣଦେଣ କରି ପାରିବେ।

Infibeam Avenues Ltd ର ନିର୍ଦ୍ଦେଶକ ତଥା ପେଟିଏମ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ବିଶ୍ଵାସ ପଟେଲ୍‌ଙ୍କ ଅନୁଯାୟୀ, ଏହା ଏକ ବ୍ଲକଚେନ୍ ଆଧାରିତ ଡିଜିଟାଲ୍ ଟୋକନ ଫର୍ମ କରେନ୍ସି। ରିଟେଲ୍ ଡିଜିଟାଲରେ ଆପଣଙ୍କୁ କୌଣସି ବ୍ୟାଙ୍କ ବିନା ନେଣଦେଣ କରିପାରିବେ, ଯେମିତି ଆପଣ ନଗଦ କାରବାର କରିଥାନ୍ତି। ଏହା ୟୁପିଆଇଠୁ ବହୁତ ଭିନ୍ନ। ଏଥିରେ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା କଟିଥାଏ। ରିଟେଲ୍ ଡିଜିଟାଲ୍ ମୁଦ୍ରା ରିଜର୍ଭ ବ୍ୟାଙ୍କ ଦ୍ଵାରା ଲିଗାଲ୍ ଟେଣ୍ଡର।

ସାମିଲ୍ ହେବେ ୮ ବ୍ୟାଙ୍କ

ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ କରେନ୍ସିକୁ ଦୁଇଟି ବର୍ଗ ସିବିଡିସି-ଡବ୍ଲ୍ୟୁ ଏବଂ ସିବିଡିସି-ଆରରେ ବିଭକ୍ତ କରିଛି। ସିବିଡିସି-ଡବ୍ଲ୍ୟୁର ଅର୍ଥ ହୋଲସେଲ କରେନ୍ସି ଏବଂ ସିବିଡିସି-ଆରର ଅର୍ଥ ରିଟେଲ୍ କରେନ୍ସି। ଡିଜିଟାଲ୍ ମୁଦ୍ରାର ନେଣଦେଣ ଗ୍ରାହକଙ୍କଠୁ ଗ୍ରାହକ ଏବଂ ଗ୍ରାହକଙ୍କଠୁ ବ୍ୟବସାୟୀ ମଧ୍ୟରେ କରାଯାଇ ପାରିବ। ଭାରତୀୟ ଅର୍ଥନୀତିକୁ ଡିଜିଟାଲ୍ ଭାବେ ବିକଶିତ କରିବା ଦିଗରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପକୁ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ଏହି ପାଇଲଟ୍ ପ୍ରୋଜେକ୍ଟରେ ସାମିଲ୍ ହେବା ପାଇଁ ଆଠ ବ୍ୟାଙ୍କକୁ ଚିହ୍ନଟ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶର ଚାରି ସହରରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟସ୍ ବ୍ୟାଙ୍କ ଏବଂ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଜରିଆରେ ଡିଜିଟାଲ୍ ମୁଦ୍ରାର ନେଣଦେଣ କରାଯାଇ ପାରିବ। ଏହା ପରେ ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ୍ ପ୍ରୋଜେକ୍ଟରେ ସାମିଲ୍ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ