ରାଜ୍ୟ ସ୍ୱାସ୍ଥ୍ୟ

ଆଜିଠୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଉଛି ଭ୍ୟାକ୍‌ସିନ୍‌, ରାଜ୍ୟରେ ୫୪ଟି କେନ୍ଦ୍ରରେ ଚାଲିଛି ଟିକାକରଣ

ଭୁବନେଶ୍ୱର ୧୬।୦୩ : ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଆଜି ରାଜ୍ୟର ୫୪ ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି। ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ଟିକା ଦିଆଯଉଛି। ସେହିଭଳି ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ଓ ୧୫ ରୁ ୧୭ ବର୍ଷ ପିଲାଙ୍କର ଟିକାକରଣ ପୂର୍ବ ଭଳି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬ କୋଟି ୨୧ ଲକ୍ଷ ଟିକା ଦିଆଯାଇଛି। ଯେଉଁଥିରେ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ନେଇଛନ୍ତି ୯୫.୪% । ଦ୍ଵିତୀୟ ଡୋଜ ନେଇଛନ୍ତି ୮୪%। ସେହିଭଳି ୧୫ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରୁ ୮୨% ପ୍ରଥମ ଡୋଜ ନେଇଥିବାବେଳେ ୬୩% ଦ୍ଵିତୀୟ ଡୋଜ ନେଇସାରିଛନ୍ତି। ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ। ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ ଚାଲିଥିବା ବେଳେ ଅନେକ ପିଲା ଟିକା ନେଇଛନ୍ତି । ବିଭିନ୍ନ ସ୍ଥାନରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ