କଟକ ୦୨।୦୬: କଟକରେ ଆଜିଠାରୁ ଆରମ୍ଭ ହେଉଛି ସାଉଥ ଏସିଆନ ବାସ୍କେଟବଲ ଚାମ୍ପିଅନସିପ୍ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ଆରମ୍ଭ ହେବ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା। ଏହି ଚାମ୍ପିଅନସିପ୍ ରେ ମୋଟ ୩ଟି ଦେଶ ଭାରତ , ଵାଂଲାଦେଶ ଓ ମାଳଦ୍ବୀପ ଅଂଶଗ୍ରହଣ କରୁଛନ୍ତି।
ତେବେ ତିନି ଦିନ ଧରି ଏହି ଚାମ୍ପିଅନସିପ୍ ଚାଲିଵ। କୋଭିଡ୍ କାରଣରୁ ଚାରିଟି ଦେଶ ପ୍ରତିଯୋଗୀତାରେ ଭାଗ ନେଇ ପାରିନାହାନ୍ତି। ସମସ୍ତ ମ୍ୟାଚକୁ ଦର୍ଶକ ଷ୍ଟାଡିୟମରେ ଉପଭୋଗ କରିପାରିବେ ଵୋଲି ଵାସ୍କେଟଵଲ ଆସୋସିଏସନ ପକ୍ଷରୁ କୁହାଯାଇଛି। ଏହି ପ୍ରତିଯୋଗୀତାରେ ଭାରତ ଭଲ ପ୍ରଦର୍ଶନ କରିଵ ଵୋଲି ଆଶା ରଖିଛି ଵାସ୍କେଟଵଲ ସଂଘ।