ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିଲା ମନ୍ଦିର। ଏବେ ଅନଲକ ଗାଇଡଲାଇନ ୫.୦ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ସଂଧ୍ୟା ୫ରୁ ୬.୩୦ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିପାରିବେ। ଏହାପରେ ମନ୍ଦିର ବୁଲି ସନ୍ଧ୍ୟା ୭ .୧୫ରେ ଲାଇଟ ଶୋ ଦେଖିପାରିବେ।
ସୂଚନାନୁଯାୟୀ, ପୂର୍ବ ପରି ମନ୍ଦିର ପରିସର ମଧ୍ୟରେ ଥିବା ବଗିଚା, ଖାଦ୍ୟ କୋର୍ଟ, ପୁସ୍ତକ ଘର ଏବଂ ସାମଗ୍ରୀ କେନ୍ଦ୍ର ସମସ୍ତ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରେ ସମାଜିକ ଦୂରତା ସହ ମାସ୍କ ପିନ୍ଦିବା ବାଧ୍ୟତାମୂଳକ କରାଯାଇଛି ।
