ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେଲା

ଭୁବନେଶ୍ବର: ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହୋଇଛି। ପୂର୍ବରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ରାଜ୍ୟ ସରକାର ଦେଇଥିଲେ। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ଆଜି ନବମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ନିଜନିଜର ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ନେଇ ବିଦ୍ୟାଳୟକୁ ଆସିଛନ୍ତି। ବିଦ୍ୟାଳୟରେ କରୋନା କଟକଣା ମଧ୍ୟରେ ଶିକ୍ଷାଦାନ କରାଯାଉଛି। ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀର ପାଠପଢ଼ା । ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ଖୁସି ଜାହିର କରିଛନ୍ତି।

ତେବେ ରବିବାର ଓ ଅନ୍ୟ ଛୁଟିଦିନରେ ପାଠପଢ଼ା ହେବନାହିଁ । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପାମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ। ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ। ଅଫଲାଇନ କିମ୍ବା ଅନଲାଇନ ମୋଡରେ କ୍ଲାସ କରିପାରିବେ ପିଲା । ସ୍କୁଲ ଓ କ୍ଲାସ ରୁମରେ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସିଙ୍କ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଜଣାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି