ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଜିଠୁ ଖୋଲିଲା ସ୍କୁଲ, କରୋନା କଟକଣାରେ ଚାଲିଛି ପାଠପଢ଼ା

ଢେଙ୍କାନାଳ ୦୭।୦୨: କଟକଣା କୋହଳ ପରେ ଖୋଲିଛି ସ୍କୁଲ । ତୃତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ସ୍କୁଲ ଖୋଲାଯାଇଛି। ଏହି ଅବସରରେ ଆଜି ପ୍ରଥମ ପର୍ଯ୍ୟାୟରେ ଅଷ୍ଟମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ ସହ ଅଫଳାଇନ ପାଠପଢା ଆରମ୍ଭ କରାଯାଇଛି ।

ତେବେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଉଭୟ ଅଫଳାଇନ ଓ ଅନଲାଇନ ପାଠ ପଢା ଆରମ୍ଭ ହୋଇଛି। ଫଳରେ ଢେଙ୍କାନାଳ ଜିଲ୍ଲାରେ ୭ଟି ଆଦର୍ଶ ସ୍କୁଲ ସମେତ ମୋଟ ୨୮୪ଟି ଅଫଳାଇନ ପାଠ ପଢା ଆରମ୍ଭ ହୋଇଛି । ଏଥିପାଇଁ ଶିକ୍ଷା ବିଭାଗ ପୂର୍ବରୁ ସ୍କୁଲକୁ ସାନିଇଟାଇଜ କରାଯାଇଛି । ଆଜି ପିଲାମାନେ ସ୍କୁଲକୁ ପ୍ରବେଶ ପୂର୍ବରୁ ସାନିଇଟାଇଜ ସହ ଥର୍ମାଲ ସ୍କାନିଂ କରାଯାଇଛି । ଅଫଳାଇନ ପାଠପଢା ଆରମ୍ଭ ହେବାରୁ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି