ରାଜ୍ୟ

ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ: ପୁରୀରେ ପହଞ୍ଚିବେ ଏଏସଆଇର ୪ ଜଣିଆ ବୈଷୟିକ ଟିମ

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। ଏ ନେଇ ବିଶେଷଜ୍ଞଙ୍କ ଦ୍ୱାରା ଗ୍ରାଉଟିଙ୍ଗ ଓ ଡ୍ରିଲିଂ କାର୍ଯ୍ୟ କରାଯିବ।

ତାପରେ ଷ୍ଟିଲ ଫ୍ରେମ ଲଗାଯିବ। ଏହାପରେ ବର୍ମାଟିକ କାଠର ଦ୍ୱାରକୁ ଲଗାଯିବ। ଆଉ ଦୁଇଦିନ ଭିତରେ ଷ୍ଟିଲ ଫ୍ରେମ ସରିଲେ ତାକୁ ଲଗାଯାଇ ସେଥିରେ କବାଟକୁ ଲଗାଯିବ। ତେବେ ୯ ଦିନ ଭିତରେ କାର୍ଯ୍ୟ ସରିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଗର୍ଭଗୃହ ମୂଷା ସମସ୍ୟାର ସ୍ଥାୟୀ ପ୍ରତିକାର ଲାଗି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମୂଷାମାନଙ୍କର ପ୍ରବେଶ ପଥ ବନ୍ଦ ସହ ଘଉଡ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଯାଇଛି। ରଥଯାତ୍ରା ଶେଷପୂର୍ବରୁ ଏହି କାମ ସରିଛି। ଏନେଇ ଆଗରୁ  ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ରଥଯାତ୍ରା ପୂର୍ବରୁ ଓ ପରେ କେଉଁ କେଉଁ ମରାମତି ସବୁ ହେବ, ତାହା ନିଷ୍ପତ୍ତି ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।