ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜବଷ୍ଟଲ୍‌: ଯୁଦ୍ଧବିରତି ପ୍ରତିଶ୍ରୁତି ଭାଙ୍ଗିଲା ରୁଷ୍‌

କିବ୍‌: ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୁଷ୍‌ ଯୁଦ୍ଧବିରତି ଘୋଷଣା କରିଥିଲେ ସୁଦ୍ଧା ପ୍ଲାଣ୍ଟ୍‌ ଉପରେ ଗତକାଲିଠାରୁ ଭୟଙ୍କର ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ର ଜଣେ କମାଣ୍ଡର ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ଏନେଇ ସୂଚନା ଦେଇଛନ୍ତି। ଆଜବ ରେଜିମେଣ୍ଟ୍‌ର ଡେପୁଟି କମାଣ୍ଡର ସିଆତୋସଲଭ ପଲମର କହିଛନ୍ତି, ଆଜବଷ୍ଟଲ୍‌ ପରିସରରେ ନିର୍ଣ୍ଣାୟକ ଲଢ଼େଇ ଜାରି ରହିଛି। ରୁଷ୍‌ ଯୁଦ୍ଧବିରତି ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଭଙ୍ଗ କରିଛି। ଯୁଦ୍ଧବିରତି ଏବଂ ମାନବୀୟ କରିଡର୍‌ ଘୋଷଣା କରିଥିବା ରୁଷ୍‌ ବାସ୍ତବରେ ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟରେ ଆକ୍ରମଣ କରି ଏହାକୁ ପୂରା ଧ୍ବଂସ କରିବାକୁ ଚାହୁଛି ବୋଲି ୟୁକ୍ରେନ୍‌ କହିଛନ୍ତି। ଏବେ ବି ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ସୈନିକ ଏବଂ ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାପାଇଁ ବିଶେଷ କରି ଆହତ ସୈନିକଙ୍କ ଚିକିତ୍ସା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କିଙ୍କୁ ଅନୁରୋଧ କରାଯାଇଛି। ମାରିୟୁପୋଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ମାନବୀୟ କରିଡର ଆଜି ପୁଣି ଖୋଲିଛି ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି। ମାରିୟୁପୋଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ୩୦୦ରୁ ଅଧିକ ନାଗରିକ ଉଦ୍ଧାର ହୋଇଛନ୍ତି। ଆହୁରି ୩୦୦ରୁ ଅଧିକ ନାଗରିକ ପ୍ଲାଣ୍ଟ୍‌ରେ ଫସି ରହିଥିବା କୁହାଯାଉଛି। ଏମାନଙ୍କ ମଧ୍ୟରେ ୩୦ ଜଣ ଶିଶୁ ମଧ୍ୟ ଅଛନ୍ତି। ତେବେ ଆଜବଷ୍ଟଲ୍‌ରେ ଥିବା ୟୁକ୍ରେନ୍‌ର ସୈନିକଙ୍କୁ ରୁଷ୍‌ ନିପାତ କରିଦେବାକୁ ଚାହୁଛି ବୋଲି ୟୁକ୍ରେନ୍‌ କହିଛି। ଆଜବଷ୍ଟଲ୍‌ ଅଞ୍ଚଳରେ ଥିବା ୟୁକ୍ରେନ୍‌ ୟୁନିଟ୍‌କୁ ରୁଷ୍‌ ସୈନିକମାନେ ବନ୍ଦ କରି ଏହାର ସଂପୂର୍ଣ୍ଣ ଧ୍ବଂସ ଚାହୁଛନ୍ତି ବୋଲି କିବ୍‌ ସେନା ପକ୍ଷରୁ ବିବୃତି ଜାରି କରି କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ