ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଙ୍କରିଂରେ କ୍ୟାରିୟର ପାଇଁ ଆଉଟ୍‌ରିଚର ଟ୍ରେନିଂ

ଭୁବନେଶ୍ୱର : ଆଉଟ୍‌ରିଚ୍ ତରଫରୁ ଡିସେମ୍ବର ୧୦ ତାରିଖରୁ ଏକ ୧୦ ଦିନିଆ ଆଙ୍କରିଂ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି। ଦଶମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ଟ୍ରେନିଂ ଏଥର ଭର୍ଚୁଆଲ ମୋଡ୍‌ ଜରିଆରେ ଅନୁଷ୍ଠିତ ହେବ। ମିଡିଆରେ କ୍ୟାରିୟର କରିବାକୁ ଚାହୁଁଥିବା ତଥା ନୂଆ କରି କ୍ୟାରିୟର କରୁଥିବା ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ।

ଏହି କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏହାଛଡ଼ା ରିପୋର୍ଟିଂ, ଭଏସ ଓଭର ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ । ଏଥିରେ ସାମିଲ ହେବାପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍‌ରେ ମାଟ୍ରିକ ହୋଇଥିବା ଆବଶ୍ୟକ । ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ । ଦେଶର ଜଣାଶୁଣା ସାମ୍ବାଦିକ, ନ୍ୟୁଜ ଅଙ୍କର, ରେଡ଼ିଓ ଜକି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇ ଟ୍ରେନିଂ ପ୍ରଦାନ କରିବେ । ଏଥିପାଇଁ ପାଞ୍ଚ ଶହ ଟଙ୍କା ଦେୟ ରହିଛି। ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକ ସଂସ୍ଥା ଆଉଟ୍‌ରିଚ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ବର୍ଷରେ ଆଉଟ୍‌ରିଚ୍ ଏଭଳି ନଅଟି ଟ୍ରେନିଂ ଆୟୋଜନ କରିସାରିଛି। ଯୁବବର୍ଗଙ୍କୁ ମିଡ଼ିଆରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷରେ ଆଉଟ୍‌ରିଚ୍ ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା କହିଛନ୍ତି ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।