ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଖି ବୁଜିଲେ ପଛେ, ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକଙ୍କୁ ମିଳିଲାନି ସରକାରୀ ସହାୟତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଳେଶ୍ୱର: ଏକ ଦୁର୍ଘଟଣାର ଶିକାର ହୋଇ ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଆଖି ବୁଜିଦେଲେ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଫଳରେ ସଂପୃକ୍ତ ଶିକ୍ଷକଙ୍କଠାରୁ ପାଢ଼ ପଢ଼ିଥିବା ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଲକ୍ଷାଧିକ ଟଙ୍କା ସାହାଯ୍ୟ କରିଛନ୍ତି।

ଜଳେଶ୍ୱର ବ୍ଲକ୍‌ ଦକ୍ଷିଣ ପ୍ରହରାଜପୁର ଗ୍ରାମର ପ୍ରଦୀପ କୁମାର ଘୋଷ ଅତି ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୮ ମସିହାରେ ଅମର୍ଦ୍ଦାରୋଡ ନିକଟ ବେଲାସ୍ଥିତ ଦୈତାରି ଚରଣ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଜଣେ ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଏହି ବିଦ୍ୟାଳୟରେ ଶ୍ରୀ ଘୋଷ ୨୦୦୫ ମସିହା ଯାଏ ଶିକ୍ଷକତା କରିଥିଲେ। ୨୦୦୫ ମସିହା ପରଠାରୁ ସେ ରାସଗୋବିନ୍ଦପୁରର ଆଉ ଏକ ସ୍କୁଲ୍‌କୁ ବଦଳି ହୋଇ ଯାଇଥିଲେ। ତେବେ ପ୍ରଦୀପ ୨୦୨୧ ମସିହା ଡିସେମ୍ବର ମାସ ୧୦ ତାରିଖରେ ସ୍କୁଲ୍‌ ଛୁଟି ପରେ ନିଜ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ବଣୁଆ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ହେଲେ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ହୋଇଥିବାରୁ ପରିବାରକୁ ସରକାରୀଙ୍କ ପକ୍ଷରୁ କିଛି ବି ଆର୍ଥିକ ସାହାଯ୍ୟ ମିଳି ନଥିଲା। ପ୍ରଦୀପ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଏପରି ଅସ୍ବାଭାବିକ ମୃତ୍ୟୁ ପରେ ପରିବାରର ଆର୍ଥିକ ଅବସ୍ଥା ଦୋହଲିଯାଇଥିଲା। ପ୍ରଦୀପଙ୍କ ମୃତ୍ୟୁ ପରଠାରୁ ତାଙ୍କ ବୃଦ୍ଧା ମାଆ, ୪ ବର୍ଷର ଝିଅ ଓ ପତ୍ନୀ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏନେଇ ୧୯୯୮ରୁ ୨୦୦୫ ମଧ୍ୟରେ ପ୍ରଦୀପଙ୍କଠାରୁ ପାଠ ପଢ଼ିଥିବା ସ୍କୁଲ୍‌ର କେତେକ ପୁରାତନ ଛାତ୍ରଛାତ୍ରୀ ଏବଂ ଟ୍ୟୁସନ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ନିଜେ ଦେଇଥିବା ଏବଂ ଅନ୍ୟମାନଙ୍କ ପାଖରୁ ସଂଗ୍ରହ କରାଯାଇଥିବା ୧ ଲକ୍ଷ ୨ ହଜାର ୨ ଶହ ୬୫ ଟଙ୍କା ଆଜି ପ୍ରଦୀପଙ୍କ ପରିବାରକୁ ଦିଆଯାଇଛି। ରମେଶ କୁମାର ଚାନ୍ଦ, ସୁଧାଂଶୁ ପ୍ରଧାନ, ସୋମନାଥ ସୁର, ପ୍ରଦ୍ୟୁମ୍ନ ଚାନ୍ଦ, ଅଶୋକ କୁମାର ଚାନ୍ଦ, ସୌମ୍ୟରଞ୍ଜନ ଭଦ୍ର, ଅରୁଣ କୁମାର ପାତ୍ର, ଦିବ୍ୟକୁମାର ଚାନ୍ଦ, ସତ୍ୟଜିତ ଭଦ୍ର, କୃଷ୍ଣଚନ୍ଦ୍ର ପାଳ, ସବ୍ୟସାଚୀ ଦାସ ପ୍ରମୁଖ ପ୍ରଦୀପଙ୍କ ଘରକୁ ଯାଇ ଟଙ୍କା ପ୍ରଦାନ କରିଛନ୍ତି। ଟଙ୍କା ପ୍ରଦାନ ସମୟରେ ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ଆଲୋକ ଗିରି, ଦକ୍ଷିଣ ପ୍ରହରାଜପୁର ସରପଞ୍ଚ ପଦ୍ମାବତୀ ବେହେରା, ଗୌରାଙ୍ଗ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।