କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରୀ: ଜାନୁଆରୀ ୩ ତାରିଖରେ ଖୋଲିବ ମନ୍ଦିର

ଚାନ୍ଦବାଲି୨୭/୧୨: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଊର୍ଦ୍ଧ୍ବ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିଲା। ଅଗଣିତ ଶ୍ରଦ୍ଧାଳୁ ଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଘଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରୀ ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ରବିବାର ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯ୍ୟାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା।

ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ଓ ୨୯ରେ ମନ୍ଦିର ଖୋଲିବ। ସ୍ଥାନୀୟ ୪ଟି ପଞ୍ଚାୟତର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ ତାରିଖରେ ମନ୍ଦିର ଖୋଲିବ। ଜାନୁଆରୀ ୧ ଓ୨ ତାରିଖରେ ମନ୍ଦିର ବନ୍ଦ ରହିବା ସହିତ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଏଥିପାଇଁ SOP ଜାରୀ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ଏହା ବ୍ୟତୀତ ବାକି ସମୟରେ ମନ୍ଦିର ପୂର୍ବ ପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ।

ସ୍ବତନ୍ତ୍ର ବ୍ୟାରିକେଟ ମାଧ୍ୟମରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ତାହାସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ କରାଯିବ। ମାସ୍କ ପିନ୍ଧିବା ବାଧ୍ଯତାମୂଳକ କରାଯାଇଥିବା ବେଳେ କୋଭିଡ ଲକ୍ଷଣ ଥିଭା ଭକ୍ତଙ୍କର ମନ୍ଦିର ପରିସର ମଧ୍ଯରେ ଥିବା ଅସ୍ଥାୟୀ କ୍ଯାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ବୈଠକରେ ଉପ ଜିଲ୍ଲପାଳ ତଥା ମନ୍ଦିର ଟ୍ରଷ୍ଟି ଜଣାଇଥିଲେ।

ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟ ପତ୍ର ବାଧ୍ଯତାମୂଳକ ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି। ବିଶେଷକରି ୧୦ ବର୍ଷରୁ କମ ଓ ୬୫ବର୍ଷରୁ ଅଧିକ ବ୍ଯକ୍ତିଙ୍କୁ ମନ୍ଦିର ମଧ୍ଯକୁ ପ୍ରବେଶ କରିପାରିବେ ନାହିଁ। ମୁଣ୍ଡନକାର୍ଯ୍ଯ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି କୌଣସି ସ୍ଥାନରେ ଲୋକମାନେ ଗହଳି ଲଗାଇବା ଉପରେ ମଧ୍ଯ ରୋକ ଲଗାଇଛି ପ୍ରଶାସନ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,