ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୮ ଧର୍ମାନୁଷ୍ଠାନକୁ ମିଳିବ ‘ଭୋଗ’ ସାର୍ଟିଫିକେଟ୍

ଭୁବନେଶ୍ବର : ରାଜ୍ୟର ଅଧିକରୁ ଅଧିକ ଧର୍ମାନୁଷ୍ଠାନକୁ ‘ଭୋଗ’ ବା ବ୍ଲିସଫୁଲ ହାଇଜିନ୍ ଅଫରିଂ ଟୁ ଗଡ୍‌’ ସାର୍ଟିଫିକେସନ୍‌ରେ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନସୁଦ୍ଧା ରାଜ୍ୟର ୪ଟି ଧର୍ମାନୁଷ୍ଠାନକୁ ଏହି ସାର୍ଟିଫିକେଟ୍ ମିଳିଥିବା ବେଳେ ଆଉ ୮ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଯେଉଁସବୁ ଧର୍ମାନୁଷ୍ଠାନରେ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି ସେସବୁ ଧର୍ମାନୁଷ୍ଠାନର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ସାର୍ଟିଫିକେଟ୍ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ କେବଳ ଦେବ ନୀତି ହେଉଥିବା ମନ୍ଦିରମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ଏଭଳି ଧର୍ମାନୁଷ୍ଠାନମାନଙ୍କୁ ‘ଭୋଗ୍’ ସାର୍ଟିଫିକେଟ୍ ଦିଆଯାଉଛି। ରାଜ୍ୟର ୪ଟି ଧର୍ମାନୁଷ୍ଠାନ ଏଭଳି ସାର୍ଟିଫିକେଟ୍ ପାଇ ସାରିଛନ୍ତି। ଏବେ ଆ‌ହୁରି ୪ଟି ଧର୍ମାନୁଷ୍ଠାନ ପାଇଁ ଅଡିଟ୍ ଜାରି ରହିଛି। ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଏହି ସାର୍ଟିଫିକେଟ୍ ମିଳିବ ବୋଲି ଜଣାପଡ଼ିଛି।

ରାଜ୍ୟ ଖାଦ୍ୟ ନିରାପତ୍ତା କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ବଲାଙ୍ଗୀରର ନୃସିଂହନାଥ ମନ୍ଦିର, କେନ୍ଦୁଝର ଘଟଗାଁ ତାରିଣୀ, ଯାଜପୁର ବିରଜା ଓ ସମଲେଶ୍ବରୀ ମନ୍ଦିରକୁ ଭୋଗ୍ ସାର୍ଟିଫିକେଟ୍‌ ପ୍ରଦାନ କରିବା ଲାଗି ଅଡିଟ୍‌ ଆରମ୍ଭ ହୋଇଛି। ଅଡିଟ୍‌ ପରେ ସାର୍ଟିଫିକେଟ୍ ପାଇଁ ଆବେଦନ କରାଯିବ। ନିକଟରେ ରାଉରକେଲାର ଏକ ଗୁରୁଦ୍ବାରାକୁ ‘ଭୋଗ୍’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକବର୍ଷରେ ରାଜ୍ୟର ଆଉ ୪ଟି ଧର୍ମାନୁଷ୍ଠାନକୁ ଏହି ସାର୍ଟିଫିକେଟ୍ ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ କରାଯିବ। ଏଥିରେ ଭୁବନେଶ୍ବରର କାଳୀ ମନ୍ଦିର, ଟଙ୍କପାଣି ରୋଡ୍‌ସ୍ଥିତ ସାଇ ମନ୍ଦିର ରହିଛି।

‘ଭୋଗ୍’ ସାର୍ଟିଫିକେଟ୍‌ ପାଇଁ ଧର୍ମାନୁଷ୍ଠାନ ପରିସରରେ ପରିମଳ ବଜାୟ ରଖିବା, ବର୍ଜ୍ୟବସ୍ତୁ ପରିଚାଳନା, କଞ୍ଚାମାଲର ସଂରକ୍ଷଣ, ଖାଦ୍ୟର ପ୍ୟାକେଜିଂ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଉଛି। ଏହାସହ ଯେଉଁମାନେ ଖାଦ୍ୟ ପ୍ରକ୍ରିୟାକରଣ ସହିତ ସାମିଲ୍ ହେବେ ସେମାନେ ମଧ୍ୟ ନିଜର ପରିମଳ ଉପରେ ଗୁରୁତ୍ବ ଦେବେ। ଏଥିପାଇଁ ରୋଷେୟାମାନଙ୍କୁ ତାଲିମ୍ ପ୍ରଦାନ କରାଯିବ। ଯାହାଫଳରେ ଶ୍ରଦ୍ଧାଳୁମାନେ ଉନ୍ନତ ମାନର ପ୍ରସାଦ ପାଇପାରିବେ। ସାର୍ଟିଫିକେଟ୍ ପାଇଥିବା ଧର୍ମାନୁଷ୍ଠାନମାନଙ୍କର ପରବର୍ତୀ ସମୟରେ ସମୀକ୍ଷା କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।