ମୁମ୍ବାଇ ୦୨।୦୨: ଆଉ ମାତ୍ର ଦିନ କେଇଟା ପରେ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ମ୍ୟାଚ୍ର ସିରିଜ୍ । ଆରମ୍ଭ ହେବକୁ ଥିବା ସିରିଜ୍ରେ ଆଉ ମାତ୍ର ୫ଦିନ ବାକି ରହିଛି । ସିରିଜ୍କୁ ନେଇ ୨ ଟିମ୍ ଜୋରଦାର ଅଭ୍ୟାସ୍ କରୁଛନ୍ତି । ଚେନ୍ନାଇରେ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ରେ ଭାରତୀୟ ସ୍ପିନର ଅଶ୍ୱିନ ମଧ୍ୟ ଖେଳିବାର ସମ୍ଭାବନା ରହିଛି । ତେବେ ଆଗାମୀ ମ୍ଯାଚ୍ରେ ହରଭଜନଙ୍କ ରେକର୍ଡ ଭାଙ୍ଗିପାରନ୍ତି ଅଶ୍ୱିନୀ । ହରଭଜନ ସିଂହଙ୍କ ନାମରେ ଥିବା ଏହି ରେକର୍ଡକୁ ନିଜ ନାମରେ ନାମିତ କରିପାରନ୍ତି ଅଶ୍ୱିନ ।
ଭାରତୀୟ ଟିମ୍ର ଅଷ୍ଟ୍ରେଲିଆ ଗସ୍ତର ଶେଷ ମ୍ୟାଚ୍ରେ ଅଶ୍ୱିନୀ ଟିମ୍ରୁ ବାଦ୍ ପଡିଥିଲେ । ଆହତ ଜନିତ ସମସ୍ୟା ଲାଗି ଏକଦାଶରୁ ବାହାରିବାକୁ ପଡିଥିଲା । ତେବେ ଆଗାମୀ ଇଂଲଣ୍ଡ ସିରିଜ୍ରେ ଜୋରଦାର ଭାବେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିଛନ୍ତି ଅଶ୍ୱିନ । ତେବେ ଆଗାମୀ ମ୍ୟାଚ୍ କିମ୍ବା ସିରିଜ୍ରେ ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିପାରନ୍ତି ରବିଚନ୍ଦ୍ରନ ଅଶ୍ୱିନ ।
ହରଭଜନ ସିଂହ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦେଶରେ ମୋଟ ୫୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ମଧ୍ୟରେ ୨.୬୯ ରନ୍ ହାରରେ ମୋଟ ୨୬୫ଟି ଓ୍ୱିକେଟ୍ ନେଇସାରିଛନ୍ତି । ଏହାକୁ ଦେଖିବାକୁ ଗଲେ ଅଶ୍ୱିନ ହରଭଜନଙ୍କ ଠାରୁ ମାତ୍ର ୧୨ଟି ଓ୍ୱିକେଟ୍ ପଛରେ ରହିଛନ୍ତି । ଅଶ୍ୱିନ ଘରୋଇ ୨୦୧୧-୨୦୧୯ ମଧ୍ୟରେ ଭାରତ ପକ୍ଷରୁ ୪୩ଟି ଟେଷ୍ଟ ମ୍ୟାଚ୍ ଖେଳି ୨୫୪ଟି ଓ୍ୱିକେଟ୍ ନେଇଛନ୍ତି । ଯାହାକି ହରଭଜନଙ୍କ ମୋଟ ଟେଷ୍ଟ ଓ୍ୱିକେଟ୍ ଠାରୁ ମାତ୍ର ୧୨ଟି ଶିକାର ପଛରେ ରହିଛନ୍ତି ।
ଯଦି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନ ୧୨ଟି ଅଧିକ ଓ୍ୱିକେଟ ନେଉଛନ୍ତି । ତେବେ ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିପାରନ୍ତି । ସର୍ବାଧିକ ଟେଷ୍ଟ ଓ୍ୱିକେଟ୍ ନେବା ବୋଲରଙ୍କ ତାଲିକାରେ ଅଶ୍ୱିନୀ ୨ୟ ସ୍ଥାନକୁ ଆସିଯିବେ । ଅଶ୍ୱିନୀଙ୍କ ଆଗରେ କେବଳ ଭାରତର ପୂର୍ବତନ ବୋଲର ଅନିଲ୍ କୁମ୍ବଲେ ରହିବେ । ଅନିଲ କୁମ୍ବଲେ ଭାରତ ପକ୍ଷରୁ ୬୩ଟି ଟେଷ୍ଟ ମ୍ୟାଚ୍ ଖେଳି ସର୍ବାଧିକ ୩୫୦ଟି ଓ୍ୱିକେଟ୍ ନେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଶ ଓ ବିଦେଶରେ ମୋଟ ଟେଷ୍ଟ ଓ୍ୱିକେଟ୍ ନେବାରେ ଅନିଲ କୁମ୍ବଲେ ସବୁଠାରୁ ଉପରେ ରହିଛନ୍ତି । ଅନିଲ୍ କୁମ୍ବଲେ ମୋଟ ୧୩୨ ଟି ଟେଷ୍ଟ ମ୍ୟାଚ୍ ଖେଳି ୬୧୯ଟି ଓ୍ୱିକେଟ୍ ନେଇଛନ୍ତି । ସେହିପରି ଅଲ୍ରାଉଣ୍ଡର କପିଲ ଦେବ ୧୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ୪୩୪ଟି ଓ୍ୱିକେଟ୍ ନେଇଛନ୍ତି । ହରଭଜନ ସିଂହ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳି ୪୧୭ଟି ଓ୍ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ୭୪ଟି ମ୍ୟାଚ୍ ଖେଳି ୩୭୭ଟି ଓ୍ୱିକେଟ୍ ନେଇଛନ୍ତି ।