କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର ; ପ୍ରଥମ ତିନିଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ ୨୧।୧୨: ଆଉ ଦିନକ ପରେ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ , ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଥିଲେ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ବୈଠକ ଶେଷ ହୋଇଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ , ପ୍ରଥମ ତିନି ଦିନ ଅର୍ଥାତ ୨୩, ୨୪, ୨୫ରେ ଦର୍ଶନ କରିବେ ସେବାୟତଙ୍କ ପରିବାର । ଶ୍ରୀମନ୍ଦିରର ସମସ୍ତ ଦ୍ୱାରରୁ କରିପାରିବେ ପ୍ରବେଶ । ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟ ପତ୍ର ଦେଖାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।ଏହାପରେ ୨୬ ରୁ ୩୧ ଯାଏଁ ପୁରୀ ସହରବାସୀ କରିପାରିବେ ଦର୍ଶନ । ପ୍ରତ୍ୟେକ ଦିନ ପାଞ୍ଚଟି ଓ୍ୱାର୍ଡର ଲୋକ ଦର୍ଶନ କରିପାରିବେ । ସର୍ବମୋଟ ଚାରି ଘଣ୍ଟା ରହିବ ଦର୍ଶନ ସମୟ । ତେବେ ସହରବାସୀ ଦର୍ଶନ କରିବାକୁ ହେଲେ ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ ମନ୍ଦିରରେ ପ୍ରବେଶ କରିବେ । ପ୍ରତିଦିନ ସକାଳ ୭,୩୦ ରୁ ଦର୍ଶନ ଆରମ୍ଭ ହେବ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଜାନୁଆରୀ ୩ରୁ ରାଜ୍ୟବାସୀଙ୍କ ଶ୍ରୀମନ୍ଦିର ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିପାରିବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦିନ ହେଲା ଭକ୍ତଙ୍କ ମନ୍ଦିର ଦର୍ଶନ ଉପରେ କଟକଣା ଲଗାଇଥିଲେ ସରକାର ଓ ସ୍ଥାନୀୟ ମନ୍ଦିର ପ୍ରଶାସନ । ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବାରୁ ମହାପ୍ରଭୂଙ୍କୁ ଭକ୍ତ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,