ଦେଶ ବିଦେଶ

ଆଉ ଏକ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ: ନୌସେନାର ଯାଞ୍ଚ ଆରମ୍ଭ

ନୂଆଦିଲ୍ଳୀ: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌- ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଜଟଳି ହେବାରେ ଲାଗିଛି। ହମାସଙ୍କୁ ସମର୍ଥନ ଜଣାଇ ୟମେନ୍‌ର ହାଉଥି ବିଦ୍ରୋହୀ ଲୋହିତସାଗରରେ ଆତଙ୍କ ସୃଷ୍ଟି କରିଛନ୍ତି। ଗତକାଲି ( ୟେମନ୍‌ ସମୟ ରାତି ୮ଟା) ଭାରତକୁ ଆସୁଥିବା ଗୋଟିଏ ପଣ୍ୟବାହୀ ଜାହାଜ ଉପରେ ହାଉଥି ବିଦ୍ରୋହୀମାନେ ଆକ୍ରମଣ କରିଥିବା ବେଳେ ଆଜି ପୁଣି ଆଉ ଏକ ଜାହଜ ଉପରେ ଆକ୍ରମଣ କରିଛନ୍ତି। ସଦ୍ୟ ଘଟିଥିବା ଆକ୍ରମଣରେ ଜାହାଜରେ ଥିବା ଭାରତୀୟ ଯାତ୍ରୀ ଓ କର୍ମଚାରୀଙ୍କ କୌଣସି କ୍ଷତି ହୋଇନଥିବା ଜଣାଯାଇଛି ।

ଆମେରିକୀୟ ସେଣ୍ଟ୍ରାଲ୍‌ କମାଣ୍ଡ (ସେଣ୍ଟକମ୍‌)ର ସୂଚନାନୁସାରେ, ଗାବନ୍‌ରୁ ଭାରତ ଆସୁଥିବା ଏକ ତୈଳବାହୀ ଜାହାଜ ଏମ୍‌ଭି ସାଇବାବା ଉପରେ ଦକ୍ଷିଣ ଲୋହିତ ସାଗରରେ ହାଉଥି ବିଦ୍ରୋହୀମାନେ ଆକ୍ରମଣ କରିଥିଲେ। ଏଥିରେ ୨୫ ଜଣ ଭାରତୀୟ କର୍ମଚାରୀ ଥିଲେ। ଅପରପକ୍ଷରେ ଏଭଳି ଆକ୍ରମଣକୁ ଭାରତୀୟ ନୌସେନା ପକ୍ଷରୁ ଅସ୍ବୀକାର କରାଯାଇଛି। ସେହିଭଳି ଗତକାଲି ଭାରତ ଆସୁଥିବା ଅନ୍ୟ ଏକ ତୈଳବାହୀ ଜାହାଜ ଏମ୍‌ଭି କେମ୍‌ ପ୍ଲୁଟୋ ଉପରକୁ ଗୁଜରାଟ ସମୁଦ୍ର ତଟ ଠାରୁ ୨୦୦ ମାଇଲ୍‌ ଦୂର ଆରବସାଗର ମଧ୍ୟରେ ମଧ୍ୟ ହାଉଥି ବିଦ୍ରୋହୀମାନେ ଆକ୍ରମଣ କରିଥିଲେ। ଏଥିରେ ୨୦ ଜଣ ଭାରତୀୟ ଓ ଜଣେ ଭିଏତନାମର କର୍ମଚାରୀ ଥିଲେ।

ଏହି ଆକ୍ରମଣ ଦ୍ବାରା ଜାହାଜରେ କେତେକାଂଶରେ ନିଆଁ ଲାଗିଥିଲେ ମଧ୍ୟ ଏହାକୁ ତୁରନ୍ତ ଲିଭାଇ ଦିଆଯାଇଥିଲା। ଆକ୍ରମଣ ସୂଚନା ପରେ ଭାରତୀୟ ନୌସେନାର ଯୁଦ୍ଧପୋତ ଆଇଏନ୍‌ଏସ୍‌ ବିକ୍ରମ, ଆଇଏନ୍‌ଏସ୍‌ ମୋରମୁଗାଓ ଓ ଅନ୍ୟ ଏକ ଇସ୍ରାଏଲ୍‌ ଯୁଦ୍ଧପୋତ ଏମ୍‌ଭି କେମ୍‌ ପ୍ଲୁଟୋ ନିକଟରେ ପହଞ୍ଚିଛି। ଜାହାଜକୁ ନେଇ ଡିସେମ୍ବର ୨୫ ତାରିଖରେ ନିର୍ଦ୍ଧାରିତ ଭାରତୀୟ ବନ୍ଦରରେ ପହଞ୍ଚିବା ସମ୍ଭାବନା ରହିଛି। ଏହି ଆକ୍ରମଣ ଘଟଣାରେ ଭାରତୀୟ ନୌସେନା ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଛି। ଅପରପକ୍ଷରେ ଆମେରିକୀୟ ସୁରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ଏହି ଡ୍ରୋନ୍‌ ଆକ୍ରମଣ ଇରାନ୍‌ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ