ଖେଳ ଦେଶ ବିଦେଶ

ଆଉଟ ହେବା ପରେ ରାଗିଗଲେ କୋହଲି, ଚେୟାରକୁ ବ୍ୟାଟ୍‌ରେ ପିଟିଦେଲେ, ଭିଡିଓ ଭାଇରାଲ

ଚେନ୍ନାଇ, ୧୫/୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ସ୍ୱଭାବକୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି । ଚଳିତ ଆଇପିଏଲରେ ମଧ୍ୟ କୋହଲିଙ୍କର ଏପରି ସ୍ୱଭାବ ଦେଖିବାକୁ ମିଳିଛି । ଫଳରେ ତାଙ୍କୁ ଆଚାର ସଂହିତା ଉଲଙ୍ଘନ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲି ଆଉଟ ହେବା ପରେ ଖୁବ୍ ରାଗି ଯାଇଥିଲେ । ଏହାକୁ ନେଇ ମ୍ୟାଚ୍ ରେଫରୀ କୋହଲିଙ୍କୁ ଜରିମନା ଲଗାଇଛନ୍ତି । ଆରସିବି ଅଧିନାୟକ ଆଇପିଏଲ ଆଚାର ସଂହିତା ଲେବୁଲ୍-୧ର ଧାରା ୨.୨ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ନିୟମ ହେଉଛି କ୍ରିକେଟ୍ ଉପକରଣ ବ୍ୟତୀତ ଷ୍ଟାଡିୟମର ଅନ୍ୟ କୌଣସି ଜିନିଷକୁ କ୍ଷତି ପହଁଚାଇବା ।

ଏହି ମୁକାବିଲାରେ କୋହଲି ୨୯ ବଲରୁ ୩୩ ରନ୍ କରିଥିଲେ । ସେ ଫର୍ମରେ ଥିବା ଭଳି ଲାଗୁ ନଥିଲା । ଆଇପିଏଲ ନିଜ ବୟାନରେ କହିଛି ଯେ, କୋହଲି ନିୟମ ଭାଙ୍ଗିଛନ୍ତି । ତେଣୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ସୂଚନାଯୋଗ୍ୟ, କୋହଲିଙ୍କୁ ଜାସନ୍ ହୋଲଡର୍ ଆଉଟ୍ କରିଥିଲେ । କୋହଲିଙ୍କ କ୍ୟାଚ୍ ନେଇଥିଲେ ବିଜୟ ଶଙ୍କର । ସେ ବହୁତ ଧିମା ଖେଳିଥିଲେ । ୨୯ ବଲରୁ ମାତ୍ର ୩୩ ରନ୍ କରିଥିଲେ । ଆଉଟ୍ ହୋଇ ସେ ପଡିଆ ଛାଡିବା ବେଳେ ଖୁବ୍ ରାଗି ଯାଇ ଚେୟାରୁ ବ୍ୟାଟରେ ପକାଇ ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ