ରାଜ୍ୟ ସ୍ୱାସ୍ଥ୍ୟ

ଆଇସ୍‌କ୍ରିମ୍‌ କାଠିରେ ବିଶ୍ବକପ୍‌ ଟ୍ରଫି, ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଲେ ଚିତ୍ରକର ମନୋଜ

କଟକ: ଆଇସକ୍ରିମ କାଠିରେ ବିଶ୍ବକପ୍‌ ଟ୍ରଫି ପ୍ରସ୍ତୁତ କରି ଅଭିନବ ଢଙ୍ଗରେ ଟିମ୍‌ ଇଣ୍ତିଆକୁ ଶୁଭେଚ୍ଛା ଜଣାଇଛନ୍ତି କଟକର ଚିତ୍ରକର ମନୋଜ ସାହୁ। ଆସନ୍ତାକାଲି (ରବିବାର) ଦିନ ଭାରତ ଓ ପାକିସ୍ଥାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ହେବ। କଟକର ସିଡ଼ିଏ ସେକ୍ଟର-୭ ଠାରେ ରହୁଥିବା ରାମଚନ୍ଦ୍ର ସାହୁ ଓ ପ୍ରମିଳା ସାହୁଙ୍କ ପୁଅ ‌ମ‌ନୋଜ ସାହୁ ପେସାରେ ଜଣେ ସ୍କୁଲ ଶିକ୍ଷକ ହେଲେ ବି ନିଶା ତାଙ୍କ ଚିତ୍ର ଆଙ୍କିବା। ଟି-୨୦ ବିଶ୍ବକପ ମହାସମର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍‌ରେ ଆସନ୍ତାକାଲି ରବିବାର ଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଥିବାବେଳେ ଏହାକୁ ନଜରରେ ରଖି ଟିମ୍‌ ଭାରତକୁ ଶୁଭେଚ୍ଛା ଜଣାଇ ବନାଇଛନ୍ତି ବିଶ୍ବକପ୍‌ ଟ୍ରଫି।


ଏଥିରେ ପ୍ରାୟ ୬୦ଟି ଆଇସକ୍ରିମ କାଠି ବ୍ୟବହାର ହୋଇଛି। ପୂର୍ବରୁ ସାବୁନ, ଗୁଆ, ଶୁଖିଲା ପତ୍ର, ବଭିନ୍ନ ପ୍ରକାରର ଡ଼ାଲି ଭଳି ସାମଗ୍ରୀକୁ ବ୍ୟବହାର କରି ସେ ଭଳି କି ଭଳି ଚିତ୍ର ସୃଷ୍ଟି କରୁଥିବା ବେଳେ ଏବେ ଆଇସକ୍ରିମ୍ କାଠିରେ କ୍ରିକେଟ୍‌ ବିଶ୍ବ କପ୍ ଟ୍ରଫି ପ୍ରସ୍ତୁତ କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଆଗାମୀ ଦିନରେ ଏହି ଚିତ୍ର କଳା ସଂପର୍କରେ ସେ ଛୋଟ ପିଲାଙ୍କୁ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ