ନୂଆଦିଲ୍ଲୀ ୦୨।୦୩: ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମାପ୍ତ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ସିରିଜରେ ଦମଦାର ପ୍ରଦର୍ଶନ କରିଥିବା କାଗିସୋ ରାବଡାଙ୍କୁ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି। ରାବଡା ତିନୋଟି ସ୍ଥାନ ଉପରକୁ ଉଠି ଟପ୍ ୩ରେ ପ୍ରବେଶ କରିଛନ୍ତି। ଟେଷ୍ଟ ବୋଲିଂ ଏବଂ ଅଲରାଉଣ୍ଡର ମାନ୍ୟତାରେ ଅଶ୍ଵିନଙ୍କ ଜଲଓ୍ଵା ଜାରି ରହିଛି।
ରାବଡା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ମ୍ୟାଚ୍ର ଟେଷ୍ଟ ସିରିଜ୍ରେ ୧୦ ଓ୍ଵିକେଟ୍ ନେଇଛନ୍ତି। ରାବଡାଙ୍କ ଏହି କମାଲ ପ୍ରଦର୍ଶନ ଦମରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ସିରିଜରେ ମାତ୍ ଦେଇଥିଲା। ସେହି ପରି ବୋଲିଂ ମାନ୍ୟତାରେ ଭାରତର ଦୁଇ ଖେଳାଳି ଟପ୍ ୧୦ରେ ଅଛନ୍ତି। ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟରେ ଥିବା ବେଳେ ଯଶପ୍ରୀତ ବୁମରା ୧୦ମ ସ୍ଥାନରେ ରହିଛନ୍ତି।
ଅନ୍ୟପଟେ ଅଲରାଉଣ୍ଡର ତାଲିକାରେ ମଧ୍ୟ ଭାରତର ଦୁଇ ଜଣ ଖେଳାଳି ଅଛନ୍ତି। ରବୀନ୍ଦ୍ର ଜାଡେଜା ତୃତୀୟ ଏବଂ ରବିଚନ୍ଦ୍ରନ ଅଶ୍ଵିନ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଭାରତକୁ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ୍ ଖେଳିବ। ଏଥିରେ ଭାରତୀୟ ଦଳର ଅନେକ ଖେଳାଳିଙ୍କ ପାଖରେ ମାନ୍ୟତାରେ ସୁଧାର ଆଣିବାରେ ସୁଯୋଗ ରହିଛି। ବ୍ୟାଟିଂ ମାନ୍ୟତାରେ ଭାରତର ରୋହିତ ଶର୍ମା ଏବଂ ବିରାଟ କୋହଲି ଟପ୍-୧୦ରେ ଅଛନ୍ତି।
ଭାରତୀୟ ଖେଳାଳିଙ୍କ ଟେଷ୍ଟ ରାଙ୍କିଙ୍ଗ
ବ୍ୟାଟର- ରୋହିତ ଶର୍ମା(୬), ବିରାଟ କୋହଲି(୭), ଋଷଭ ପନ୍ତ(୧୧)
ବୋଲର- ରବିଚନ୍ଦ୍ରନ ଅଶ୍ଵିନ(୨), ଯଶପ୍ରୀତ ବୁମରା(୧୦)
ଅଲରାଉଣ୍ଡର- ରବିଚନ୍ଦ୍ରନ ଅଶ୍ଵିନ(୨), ରବୀନ୍ଦ୍ର ଜାଡେଜା(୩)