ଖେଳ ଦେଶ ବିଦେଶ

ଆଇପିଏଲ-୨୦୨୧ : ୧୮୦୬ ଦିନ ପରେ ଅର୍ଦ୍ଧଶତକ ଲଗାଇଲେ ମ୍ୟାକ୍ସଓ୍ୱେଲ୍, ପ୍ରଥମ ଥର ଚାମ୍ପିଅନ ହୋଇପାରିବ କି ଆରସିବି ?

ଚେନ୍ନାଇ, ୧୫।୦୪: ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍ ଆଇପିଏଲରେ ଭଲ ଆରମ୍ଭ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ ବେଙ୍ଗାଲୁରୁ ପାଇଁ ଖେଳୁଥିବା ଏହି ଖେଳାଳି ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦମଦାର୍ ଇନିଂସ ଖେଳିଛନ୍ତି ।

ଆଇପିଏଲ-୧୪ରେ ଆରସିବିର ଦ୍ୱିତୀୟ ମ୍ୟାଚରେ ମ୍ୟାକ୍ସଓ୍ୱେଲ୍ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ସେ ବିରାଟ କୋହଲିଙ୍କ ସହ ୪୪ ରନ୍‌ର ପାର୍ଟନରସିପ୍ କରିଥିଲେ । ମ୍ୟାକ୍ସଓ୍ୱେଲଙ୍କୁ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ସହଯୋଗ ମିଳିନଥିଲା । ସେ ୪୧ ବଲରୁ ୫୯ ରନ୍ କରିଥିଲେ । ଫଳରେ ଆରସିବି ୨୦ ଓଭରରେ ୧୪୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଇପିଏଲରେ ମ୍ୟାକ୍ସଓ୍ୱେଲଙ୍କ ଏହି ଅର୍ଦ୍ଧଶତକ ୨୦୧୬ ମେ ୪ ପରେ ଆସିଛି ।

ସେ ଏହା ପୂର୍ବରୁ ୨୦୧୬ରେ କିଙ୍ଗସ୍ ଏକାଦଶ ପଞ୍ଜାବ ତରଫରୁ ଖେଳି କେକେଆର ବିପକ୍ଷରେ ୪୨ ବଲରୁ ୬୮ ରନ୍ କରିଥିଲେ । ଏବେ ସେ ୪୦ଟି ଇନିଂସ ପରେ ଆଉ ଏକ ଅର୍ଦ୍ଧଶତକ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ମ୍ୟାକ୍ସଓ୍ୱେଲଙ୍କୁ ୨୦୨୧ ନିଲାମିରେ ଆରସିବି ୧୪.୨୫ କୋଟିରେ କିଣିଥିଲା । ଏହି ସିଜିନରେ ସେ ଦମଦାର୍ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି । ଦଳ ଏବେସୁଦ୍ଧା ଚାମ୍ପିଅନ ହୋଇନାହିଁ । ଦଳରେ ପୂର୍ବରୁ କୋହଲି ଓ ଏବି ଡିଭିଲର୍ସଙ୍କ ଭଳି ବ୍ୟାଟସମ୍ୟାନ୍ ଅଛନ୍ତି । ମ୍ୟାକ୍ସଓ୍ୱେଲ ଆସିବା ପରେ ଦଳର ବ୍ୟାଟିଂ ଲାଇନ୍ ଆହୁରି ମଜବୁତ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ