ଖେଳ ଦେଶ ବିଦେଶ

ଆଇପିଏଲ-୨୦୨୧ : ନିଲାମ ପାଇଁ ଓହ୍ଲାଇବେ ୨୯୨ ଖେଳାଳି, ୨ କୋଟି ବେସ୍ ପ୍ରାଇସରେ ରହିଛନ୍ତି ଏହି ସବୁ ପ୍ଲେୟାର୍ସ

ନୂଆଦିଲ୍ଲୀ,୧୨/୦୨: ଫେବ୍ରୁଆରୀ ୧୮ରୁ ଚେନ୍ନାଇରେ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମି ଆରମ୍ଭ ହେବ । ଏଥିପାଇଁ ଭାରତୀୟ ବରିଷ୍ଠ ଖେଳାଳି ହରଭଜନ ସିଂ ଓ ମଧ୍ୟକ୍ରମ ବ୍ୟାଟସମ୍ୟାନ୍ କେଦାର ଯାଦବଙ୍କ ସହ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଓ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କୁ ୨ କୋଟି ଆଧାର ମୂଲ୍ୟ ବା ବେସ୍ ପ୍ରାଇସ୍ ବର୍ଗରେ ରଖାଯାଇଛି ।

ଆଇପିଏଲ ମ୍ୟାନେଜମେଣ୍ଟ ଚଳିତବର୍ଷ ଖେଳାଳିଙ୍କ ସଂଖ୍ୟାରେ ହ୍ରାସ କରିଛି । ଚଳିତ ବର୍ଷ ୨୯୨ ଜଣ ଖେଳାଳି ନିଲାମ ପାଇଁ ସାମିଲ ହେବେ । ୮ଜଣ ଫ୍ରାଞ୍ଚାଇଜି ୬୧ଟି ସ୍ଥାନ ପାଇଁ ନିଲାମ ଡାକିବେ । ଏହି ତାଲିକାରେ ୧୬୪ ଭାରତୀୟ ଓ ୧୨୫ ବିଦେଶୀ ଖେଳାଳି ରହିଛନ୍ତି ।

ଆରସିବି ପାଇଁ ସର୍ବାଧିକ ୧୩ଟି ସ୍ଥାନ ଖାଲି ରହିଛି । ସେହିପରି ହାଇଦ୍ରାବାଦ ମାତ୍ର ୩ ଖେଳାଳିଙ୍କୁ କିଣି ପାରିବ । ପଞ୍ଜାବ ଟିମ୍ ସର୍ବାଧିକ ୫୩ କୋଟି ୧୦ ଲକ୍ଷ ଟଙ୍କା ଧରି ନିଲାମ ପ୍ରକ୍ରିୟାରେ ସାମିଲ ହେବ । ହାଇଦ୍ରାବାଦ ୧୧ କୋଟି ଧରି ପ୍ରକ୍ରିୟାରେ ଭାଗ ନେବ । ଚେନ୍ନାଇ ସୁପର କିଙ୍ଗସ୍ ୨୨ କୋଟି ୭୦ ଲକ୍ଷ ଟଙ୍କା ସହ ନିଲାମକୁ ଓହ୍ଲାଇବ । ଚେନ୍ନାଇ ପାଖରେ ୭ଟି ସ୍ଥାନ ଖାଲି ରହିଛି । ଚେନ୍ନାଇ ଚଳିତ ବର୍ଷ ହରଭଜନ ସିଂ ଓ କେଦାର ଯାଦବଙ୍କୁ ରିଲିଜ କରିଛି ।

ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ତାଲିକାରେ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ ବର୍ଗରେ ରହିଛନ୍ତି । ମ୍ୟାକ୍ସଓ୍ୱେଲ୍ ଓ ସ୍ମିଥଙ୍କ ବ୍ୟତୀତ ବିଦେଶୀ ଖେଳାଳିସାକିବ ଅଲ ହସନ, ମୋଇଲ ଅଲ୍ଲୀ, ସେନ୍ ଓ୍ୱିଲଙ୍ଗସ୍, ଲିୟାମ ପ୍ଲଙ୍କେଟ୍, ଜୈସନ ରୟ ଓ ମାର୍କ ବୁଡ ମଧ୍ୟ ୨ ଲକ୍ଷ ବେସ୍ ପ୍ରାଇସ୍ ବର୍ଗରେ ସାମିଲ ହୋଇଛନ୍ତି ।

ଦେଢ କୋଟିର ଆଧାର ମୂଲ୍ୟ ବର୍ଗରେ ୧୨ ଖେଳାଳିଙ୍କୁ ସ୍ଥାନ ମିଳିଛି । ଭାରତୀୟ ବୋଲର ହନୁମା ବିହାରୀ ଓ ଦ୍ରୁତ ବୋଲର ଉମେଶ ଯାଦବ ଏକ କୋଟି ବର୍ଗରେ ରହିଛନ୍ତି । ଏହି ନିଲାମ ପ୍ରକ୍ରିୟା ଭାରତୀୟ ସମୟାନୁସାରେ ଦିନ ୩ଟାକୁ ଆରମ୍ଭ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ