ଖେଳ

ଆଇପିଏଲ୍‌ ସ୍ଥଗିତ ଯୋଗୁଁ ବିସିସିଆଇକୁ ୨୨୦୦ କୋଟିର ଝଟ୍‌କା

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୧ ଅଧାରୁ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ। ଏହି ଅର୍ଥ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ପ୍ରସାରଣକାରୀ ସଂସ୍ଥା ଓ ପ୍ରାୟୋଜନଙ୍କଠାରୁ ଆୟ କରିଥା’ନ୍ତା। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଚଳିତବର୍ଷ ଆଇପିଏଲ୍ ଅଧାରୁ ଅଟକିବା ପରେ ବିସିସିଆଇକୁ ୨୦୦୦ରୁ ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ମୁଣ୍ଡାମୁଣ୍ଡି ହିସାବ କଲେ ଏହି କ୍ଷତି ୨୨୦୦ କୋଟି ଟଙ୍କାରୁ କମ୍ ହେବନି। ଏଥର ଆଇପିଏଲ୍‌ ୫୨ ଦିନ ଧରି ଖେଳାଯିବାର ଥିଲା ବେଳେ ୬୦ ମ୍ୟାଚ୍ ଆୟୋଜିତ ହେବାର ଥିଲା। ସେହିଭଳି ଲିଗ୍ ଚଳିତମାସ ୩୦ ତାରିଖରେ ଶେଷ ହୋଇଥା’ନ୍ତା।

ପ୍ରତିମ୍ୟାଚ୍ ପିଛା ବିସିସିଆଇ ପ୍ରସାରଣ ଅଧିକାର ବିକ୍ରିରୁ ପାଖାପାଖି ୫୪.୫ କୋଟି ଟଙ୍କାର ରାଜସ୍ବ ପାଉଥିଲା। ଚଳିତବର୍ଷ ଖେଳା ଯାଇଥିବା ୨୯ ମ୍ୟାଚ୍‌ରୁ ବିସିସିଆଇ ୧୫୮୦ କୋଟି ଟଙ୍କା ପାଇବ। ପୂରା ଋତୁ ଆୟୋଜିତ ହୋଇଥିଲେ ୩୨୭୦ କୋଟି ଟଙ୍କା ପାଇଥା’ନ୍ତା। ସେହି ଅନୁସାରେ ବିସିସିଆଇ ୧୬୯୦ ଟଙ୍କାର କ୍ଷତି ସହିବ। ସେହିଭଳି ପ୍ରାୟୋଜକଙ୍କଠାରୁ ପାଉଥିବା ୪୪୦ କୋଟି ଟଙ୍କା ବି ହରାଇବ। ଅନ୍ୟାନ୍ୟ କ୍ଷେତ୍ରରୁ ବି ବୋର୍ଡ ୧୦୦ କୋଟିରୁ କମ୍ ଟଙ୍କାର କ୍ଷତି ସହିବନି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ