ଖେଳ

ଆଇପିଏଲ୍‌ ସମ୍ପୂର୍ଣ୍ଣ ନହେ‌ଲେ ୨୫୦୦ କୋଟି କ୍ଷତି ହେବ: ଗାଙ୍ଗୁଲି

ନୂଆଦିଲ୍ଲୀ : ଅଧାରୁ ସ୍ଥଗିତ ଥିବା ଆଇପିଏଲ୍‌-୨୧ ଯଦି ସମ୍ପୂର୍ଣ୍ଣ କରିବାରେ ଆମେ ବିଫଳ ହେଉ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଏକ ପ୍ରାରମ୍ଭିକ ଆକଳନରୁ କହିଛନ୍ତି ସଭାପତି ସୌରଭ ଗାଙ୍ଗୁଲି।

ଅଂଶଗ୍ରହଣକାରୀ ୮ ଫ୍ରାଞ୍ଚାଇଜ୍‌ ମଧ୍ୟରୁ ୪ଟିର ଦଳୀୟ ଅଧିକାରୀ ଓ ଖେଳାଳି କୋଭିଡ୍‌-୧୯ ଭୂତାଣୁରେ ସଂକ୍ରମିତ ହେବା ପରେ ଚଳିତ ସପ୍ତାହରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ୨୯ ମ୍ୟାଚ୍‌ ଖେଳା ସରିଥିବା ବେଳେ ଅବଶିଷ୍ଟ ୩୧ ମ୍ୟାଚ୍‌ କିଭଳି ଖେଳାଯିବ ବିସିସିଆଇ ଏବଂ ଆଇପିଏଲ୍‌ ପରିଚାଳନା ପରିଷଦ ଏବେ ବାଟ ଖୋଜୁଛନ୍ତି। ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ଏବଂ ଆଇସିସି ସହ କଥାବାର୍ତା କରି ଏହାର ସୂତ୍ର ବାହାର କରିବାକୁ ମଧ୍ୟ ବିସିସିଆଇ ଲାଗି ପଡ଼ିଛି। ତେବେ ବ୍ୟସ୍ତବହୁଳ ଏଫ୍‌ଟିପି କାରଣରୁ ଏହା କଷ୍ଟକର ହୋଇପଡିଛି।

ଅକ୍ଟୋବର-ନଭେମ୍ବରରେ ଭାରତରେ ଆଇସିସି ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଏହା ପୂର୍ବରୁ କିମ୍ବା ପରେ କରାଯିବା କଥା ବିଚାର କରାଯାଉଛି। କିନ୍ତୁ ଭାରତରେ ଏହା କରାଇବା କାଠିକର ପାଠ ହେବ ବୋଲି ବର୍ତମାନର କରୋନା ମହାମାରୀ ପରିସ୍ଥିତିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି। ଏଭଳି ପରିସ୍ଥିତିରେ ୟୁଏଇ କିମ୍ବା ଇଂଲଣ୍ଡ ସ୍ଥାନାନ୍ତର ବିଷୟ ମଧ୍ୟ ବିଚାର କରାଯାଉଛି। ଆଇପିଏଲ୍‌ ଏବଂ ବିଶ୍ବକପ୍‌ ଖେଳାଯିବା ନେଇ ଏବେଠାରୁ କିଛି କହିବା ସମ୍ଭବ ନୁହେଁ। ମାସକ ପରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ