ଖେଳ ଦେଶ ବିଦେଶ

ଆଇପିଏଲ୍ ମ୍ୟାଚ୍ ମଝିରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଇସାରାରେ ପଚାରିଲେ-‘ତମେ ଖାଇଚ?’ ଅନୁଷ୍କା ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ ୨୯/୧୦: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି। ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଥିଲା ବେଙ୍ଗାଲୁରୁର ମ୍ୟାଚ୍। ସେଥିରେ ମଧ୍ୟ ସିଏସକେ ସହଜରେ ବିଜୟ ହାସଲ କରିଥିଲା। ମାତ୍ର ସେ ମ୍ୟାଚ୍ ଭିତରେ ବିରାଟ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହ ସମସ୍ତଙ୍କ ମନ ମଧ୍ୟ ଜିଣିଛି।

ମ୍ୟାଚ୍ ଦେଖିବାକୁ ଆସିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା। ମ୍ୟାଚ୍ ମଝିରେ ସେ ଅନୁଷ୍କାଙ୍କ ସହ ଇସା​‌ରା ଇସାରାରେ କଥା ହୋଇଛନ୍ତି। ଇସାରାରେ ସେ ତାଙ୍କୁ ପଚାରିଲେ ଖାଇଚ କି ନାହିଁ? ତାଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ବେଶ ସୁନ୍ଦର ଭାବେ ରଖିଛନ୍ତି ଅନୁଷ୍କା। ଅନୁଷ୍କା ମଧ୍ୟ କିଛି କହି ଥମ୍ଦ ଅପ୍‌ କରିଛନ୍ତି। ସୋସିଆଲ ମିଡ଼ିଆରେ ଏହାର ଏକ ଛୋଟିଆ କ୍ଲିପ୍ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବିରାଟ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ସହ ଛିଡ଼ା ହୋଇଥିଲେ। ବିରାଟଙ୍କ ନଜର ଅନୁଷ୍କାଙ୍କ ଉପ​‌ରେ ପଡ଼ିବାରୁ ତାଙ୍କୁ ଖାଇଛ କି ନାହିଁ ଇସାରାରେ ପ୍ରଶ୍ନ ପଚାରିଲେ। ତାଙ୍କ ଉତ୍ତରରେ ବିରାଟ ମଧ୍ୟ ହସିଥିବା ଦେଖାଯାଇଛି।

ସୂଚନାଯୋଗ୍ୟ ଏବେ ଅନୁଷ୍କା ଗର୍ଭବତୀ ଅଛନ୍ତି। ସେ ଏବେ ଦୁବାଇରେ ରହି ବିରାଟଙ୍କୁ ଆଇପିଏଲ ମ୍ୟାଚରେ ସପୋର୍ଟ କରୁଛନ୍ତି। ପ୍ରତିଟି ମ୍ୟଚରେ ସେ ବିରାଟଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ମଧ୍ୟ ଅନୁଷ୍କା ଆଇପିଏଲରେ ନଜର ଆସିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ