ଖେଳ ଦେଶ ବିଦେଶ

ଆଇପିଏଲ୍‌ ଫାଇନାଲ୍‌ରେ ରୟାଲ୍ସ-ଟାଇଟନ୍ସ

ଅହମଦାବାଦ : ଚଳିତ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରଥମ ସଂସ୍କରଣ ବିଜେତା ଭେଟିବ ନବାଗତ ଗୁଜରାଟ ଟାଇଟନ୍ସକୁ। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାର୍‌ରେ ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ହରାଇ ଦେଇଥିଲା। ପ୍ରସିଦ୍ଧ କୃଷ୍ଣ (୩/୨୨) ଓ ଓବିଦ ମ୍ୟାକୟ (୩/୨୩)ଙ୍କ ଚମତ୍କାର ବୋଲିଂ ପରେ ଜୋସ୍ ବଟଲର୍‌ଙ୍କ ଶତକ (୬୦ ବଲ୍‌ରୁ ୧୦୬* ରନ୍‌) ରୟାଲ୍ସକୁ ସହଜରେ ବିଜୟୀ କରାଇଥିଲା। ଲିଗ୍ ପର୍ଯ୍ୟାୟରେ ଯେଉଁ ଦୁଇ ଦଳ ପ୍ରଥମ ଦୁଇ ସ୍ଥାନରେ ଥିଲେ ଏବେ ସେମାନେ ରବିବାର ଫାଇନାଲ୍ ଖେଳିବାକୁ ଯାଉଛନ୍ତି। ୨୦୧୧ ମସିହାରୁ ପ୍ଲେ ଅଫ୍‌ ଧାରା ପ୍ରଚଳନ ପରଠାରୁ ପ୍ରତି ଥର ପଏଣ୍ଟ ଟେବୁଲ୍‌ର ଦ୍ବିତୀୟ ସ୍ଥାନରେ ରହୁଥିବା ଦଳ ଫାଇନାଲ୍‌ ଖେଳିବା ମଧ୍ୟ ଜାରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ