ଖେଳ ଦେଶ ବିଦେଶ

ଆଇପିଏଲର ପ୍ରଥମ କ୍ବାଲିଫାୟର : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ । ଦିଲ୍ଲୀ ଦଳ ଏ ପର୍ଯ୍ୟନ୍ତ କୌଣସି ଆଇପିଏଲର ଫାଇନାଲକୁ ଯାଇନାହିଁ । ଫଳରେ ଏଥର ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ଉଦ୍ୟମ କରିବ । ଅନ୍ୟପକ୍ଷରେ ଗତ ବର୍ଷର ଚାମ୍ପିୟନ ମୁମ୍ବାଇ ଏଥର ମଧ୍ୟ ଫାଇନାଲକୁ ଯାଇ ଟ୍ରଫି ହାତେଇବାକୁ ଚାହିଁବ ।

ଏହି ମ୍ୟାଚ ପାଇଁ ଦିଲ୍ଲୀ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମାତ୍ର ମୁମ୍ବାଇ ଦଳରେ ୩ଟି ପରିବର୍ତ୍ତନ କରାଯାଇଛି । ଦଳକୁ ଷ୍ଟ୍ରାଇକ ବୋଲର ଜସପ୍ରିତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ହାର୍ଦିକ ପାଣ୍ଡ୍ୟା ଫେରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ