ଖେଳ ଦେଶ ବିଦେଶ

ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଧୋନୀ, ତାଙ୍କ ରୋଜଗାର କେତେ ଜାଣନ୍ତି ?

ନୂଆଦିଲ୍ଲୀ, ୧୧|୧୨: ଆଇପିଏଲ-୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଲିଗ୍ ପର୍ଯ୍ୟାୟରୁ ବିଦା ହୋଇଥିଲା । କହିବାକୁ ଗଲେ ଗତ ଆଇପିଏଲ ଚେନ୍ନାଇ ପାଇଁ କୌଣସି ଦୁଃସ୍ୱପ୍ନଠୁ କମ୍ ନୁହେଁ । କିନ୍ତୁ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ଅଟନ୍ତି । ଆଜିଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳି ସେ ସବୁଠାରୁ ଅଧିକ ଟଙ୍କା ଆୟ କରିଛନ୍ତି ।

ଇନସାଇଡ୍ ସ୍ପୋର୍ଟସର ରିପୋର୍ଟ ଅନୁସାରେ, ଧୋନୀ ଆଇପିଏଲ ଖେଳିବା ବେଳେ ପ୍ରାୟ ୧୩୭ କୋଟି ଟଙ୍କା ଆୟ କରିଛନ୍ତି । ଏହି ଅର୍ଥରେ ପୁରସ୍କାର ରାଶିକୁ ସାମିଲ କରାଯାଇ ନାହିଁ । ସେ ଆଇପିଏଲ ୨୦୦୮ରେ ଚେନ୍ନାଇ ଦଳରେ ସାମିଲ ହୋଇଥିଲେ । ସେହି ସମୟରେ ତାଙ୍କୁ ୧୫ ଲକ୍ଷ ଟଙ୍କାରେ ଦଳ କିଣିଥିଲା । ପରେ ସେ ଅଧିନାୟକ ହୋଇଥିଲେ ।

ତାଙ୍କ ନେତୃତ୍ୱରେ ଚେନ୍ନାଇ ୩ ଥର ଚାମ୍ପିଅନ ହୋଇଛି । ଏହାସହ ସେ ସବୁଠାରୁ ଅଧିକ ଲୋକପ୍ରିୟ ଖେଳାଳି ଅଟନ୍ତି । ଆହୁରି ମଧ୍ୟ ତାଙ୍କ ଆୟ ମଧ୍ୟ ଅଧିକ । ୨୦୧୧ରୁ ୨୦୧୩ ମଧ୍ୟରେ ସେ ବାର୍ଷିକ ପ୍ରାୟ ୮.୨ କୋଟି ଟଙ୍କା ଆୟ କରୁଥିଲେ । ୨୦୧୪ ଓ ୨୦୧୫ରେ ୧୨.୫ କୋଟି ଟଙ୍କା ଆୟ କରିଥିଲେ । ସେହିପରି ୨୦୧୮ରୁ ୨୦୨୦ରେ ସେ ୪୫ କୋଟି ଟଙ୍କା ଆୟ କରିଥିଲେ ।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । ସେ ୧୩୧ ଟଙ୍କା ଆୟ କରିଥିବା ବେଲେ ବିରାଟ କୋହଲି ୧୨୬ କୋଟି ଟଙ୍କା ଆୟ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ