ଖେଳ ଦେଶ ବିଦେଶ

ଆଇପିଏଲରେ କିଣିଲେନି କେହି : ରଣଜୀ ଖେଳିବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ ୧୭/୦୨: ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅଲୋଡ଼ା ରହିବା ପରେ ଭାରତୀୟ ପେସ୍‌ ବୋଲର ଈଶାନ୍ତ ଶର୍ମା ଶେଷରେ ରଣଜୀ ଟ୍ରଫି ଖେଳିବାକୁ ମନସ୍ଥ କରିଛନ୍ତି ।

ପୂର୍ବରୁ ଦିଲ୍ଲୀ ଦଳ ଚୟନ ବେଳେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ସ କ୍ରିକେଟ୍‌ ବୋର୍ଡ଼ (ଡିଡିସିଏ) ପକ୍ଷରୁ ତାଙ୍କୁ ଯୋଗାଯୋଗ କରା ଯାଇଥିଲା । କିନ୍ତୁ ସେ ଫୋନ୍‌ ଉଠାଇନଥିଲେ । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଈଶାନ୍ତଙ୍କୁ ବାଦ ଦେଇ ଦଳ ଘୋଷଣା ହୋଇଥିଲା । ଆଇପିଏଲ୍‌ ନିଲାମରେ ତାଙ୍କୁ କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଫଳରେ ସେ ରଣଜୀ ଖେଳିବା ନେଇ ଡିଡିସିଏକୁ ଜଣାଇଥିଲେ ।

ବୁଧବାର ଈଶାନ୍ତ ଗୌହାଟୀରେ ପହଞ୍ଚି ୫ଦିନିଆ କ୍ୱାରେଣ୍ଟାଇନରେ ରହିଛନ୍ତି । ତେଣୁ ସେ ଗୁରୁବାର ତାମିଲନାଡ଼ୁ ବିପକ୍ଷ ପ୍ରଥମ ଗ୍ରୁପ୍‌-ଏଚ୍‌ ମ୍ୟାଚ୍‌ ଖେଳିବେନି । ସେ ଶେଷ ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ ଝାଡ଼ଖଣ୍ଡ ଓ ଛତିଶଗଡ଼ ବିପକ୍ଷ ମ୍ୟାଚ୍‌ରେ ଦଳ ଚୟନ ପାଇଁ ଉପଲବ୍ଧ ହେବେ ବୋଲି ଡିଡିସିଏ ପକ୍ଷରୁ କୁହାଯାଇଛି । ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିଅନ୍‌ ଭାରତୀୟ ଦଳ ଅଧିନାୟକ ୟଶ୍‌ ଧୂଲ ଆସନ୍ତାକାଲି ଧ୍ରୁବ ସୋରେଙ୍କ ସହ ଓପନ କରିବେ । ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ ପରେ ଧୂଲ ରଣଜୀରେ ନିଜ ଚମକ ଦେଖାଇବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ