ଖେଳ ଦେଶ ବିଦେଶ

ଆଇପିଏଲରେ ଇତିହାସ ରଚିଲେ ବ୍ରାଭୋ : ନେଲେ ସର୍ବାଧିକ ଓ୍ୱିକେଟ୍, ପଛରେ ପଡିଲେ ମାଲିଙ୍ଗା

ନୂଆଦିଲ୍ଲୀ, ୦୧।୦୪ : ଚେନ୍ନାଇ ସୁପର କିଙ୍ଗସର ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହାସହ ସେ ଲସିଥ ମାଲିଙ୍ଗାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମାଲିଙ୍ଗା ୧୭୦ ଓ୍ୱିକେଟ୍ ନେଇଥିବା ବେଳେ ବ୍ରାଭୋ ୧୭୧ ଓ୍ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ।

ଏହି ମୁକାବିଲାରେ ବ୍ରାଭୋ ୪ ଓଭରରେ ୩୫ ରନ୍ ଦେଇ ଗୋଟିଏ ଓ୍ୱିକେଟ୍ ହାସଲ କରିଥିଲେ । ସେ ପାଓ୍ୱାର ପ୍ଲେ ରେ ହିଁ ଗୋଟିଏ ଓ୍ୱିକେଟ୍ ନେଇ ପାରିଥାନ୍ତେ । କିନ୍ତୁ ମୋଇନ ଅଲ୍ଲୀ କ୍ୱିଣ୍ଟନ୍ ଡି କକଙ୍କ କ୍ୟାଚ୍ ଛାଡି ଦେଇଥିଲେ ।

ବ୍ରାଭୋ ଏବେସୁଦ୍ଧା ଆଇପିଏଲରେ ୧୫୩ ମ୍ୟାଚ୍ ଖେଳିଛନ୍ତି । ସେ ମୋଟ ୪୯୩.୩ ଓଭର ବୋଲିଂ କରି ୧୭୧ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହାସହ ସେ ଦୁଇଟି ମେଡେନ୍ ଓଭର ବୋଲିଂ କରିଥିବା ବେଳେ ୪୧୧୬ ରନ୍ ବ୍ୟୟ କରିଛନ୍ତି । ସେ ଦୁଇ ଥର ଚାରିରୁ ଅଧିକ ଓ୍ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ତାଙ୍କ ଇକୋନୋମି ରହିଛି ୮.୩୪ ।

ଏହାସହ ଅନ୍ୟ ବୋଲରଙ୍କ ମଧ୍ୟରେ ଅମିତ ମିଶ୍ର ୧୬୬ ଓ୍ୱିକେଟ୍ ନେଇ ତୃତୀୟ ସ୍ଥାନରେ, ପିୟୂଷ ଚାଓ୍ୱଲା ୧୫୭ ଓ୍ୱିକେଟ୍ ନେଇ ଚତୁର୍ଥ ଓ ହରଭଜନ ସିଂ ୧୫୦ ଓ୍ୱିକେଟ୍ ନେଇ ଷଷ୍ଠ ସ୍ଥାନରେ ରହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ