ରାଜ୍ୟ

ଆଇନମନ୍ତ୍ରୀଙ୍କ ଜିଲ୍ଲାରେ ଆଇନକୁ ଜଳାଞ୍ଜଳି ଦିଆଯାଉଛି: ବିଜେପି

ରାୟଗଡ଼ା: ରାୟଗଡା ଜିଲ୍ଳା ଚନ୍ଦ୍ରପୁରସ୍ଥିତ ମା’ଗୃହର କର୍ମଚାରୀ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁ ଘଟଣାକୁ ସାତ ଦିନ ବିତିଲାଣି। ତଥାପି ପୁଲିସର ହାତ ଖାଲି ପଡିଛି।ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଅଣାଯାଉ ନ ଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟାକାଣ୍ଡ ହୋଇଥିବା ନେଇ ଏତଲା ଦିଆଯାଇଛି। ପୁଲିସ ତଦନ୍ତକୁ ତ୍ୱରାନ୍ନିତ ନ କରି ଚୁପ୍ ବସିଥିବା ବେଳେ ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବି ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିନ୍ଦା କରି ବୁଧବାର ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଥିଲା। ଏଥିରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ ତାରିଖରେ ରାୟଗଡା ଜିଲ୍ଳାରେ ୬ ଘଂଟିଆ ବନ୍ଦ ଡାକରା ଦିଆଯାଇଛି।

ଗୁରୁବାର ସକାଳ ୭ଟାରୁ ଅପରାହ୍ନ ଗୋଟାଏ ଯାଏଁ ଜିଲ୍ଳାରେ ରାସ୍ତାରୋକ ଆନ୍ଦୋଳନ କରାଯିବ। ସମସ୍ତ ଜନସାଧାରଣ, ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ବନ୍ଦ କରି ସମର୍ଥନ ଜଣାଇବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି। ଏ ନେଇ ବୁଧବାର ସ୍ଥାନୀୟ ହୋଟେଲ ‘ତେଜସ୍ୱୀ’ ସମ୍ମିଳନୀ କକ୍ଷରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡଃ. ଐଶର୍ଯ୍ୟା ବିଶ୍ୱାଳ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାୟଗଡା ଜିଲ୍ଳା ବିଜେପି କମିଟି ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡଃ.ବିଶ୍ୱାଳ, ରାଜ୍ୟ ସାଧାରଣ ସଂପାଦିକା ବବିତା ପାତ୍ର,ସଂଯୋଜିକା ତଥା ରାୟଗଡ଼ା ଜିଲ୍ଳା ପ୍ରଭାରୀ ଅରୁଣିମା ସାହୁ,ଜିଲ୍ଳା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ବୁରୁଡି ଲକ୍ଷ୍ମୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ଶଙ୍କର ଉଲାକା ଯୋଗ ଦେଇ ଜିଲ୍ଳା ବନ୍ଦ ଡାକରା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ୨୦୧୬ ମସିହାରୁ ଆଲିସା ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ହୋଇ ଆସୁଛି ମା’ଗୃହ। ଏଠାରେ କାଶିପୁର ବ୍ଳକ ନାକଟିଗୁଡ଼ାର ବେଲଧର ମାଝିଙ୍କ ଅବିବାହିତ ଝିଅ ଲକ୍ଷ୍ମୀ ମାଝି ଗତ ୪ବର୍ଷ ଧରି କାର୍ଯ୍ୟରତ ଥିଲେ।

ତେବେ ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ଗୃହ ସମ୍ମୁଖ ରୋଗୀମାନଙ୍କ ରୋଷେଇ ଘର ପାଚେରୀ ନିକଟରୁ ଲକ୍ଷ୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଶରୀର ଉଦ୍ଧାର କରାଯାଇଥିଲା।ଖବର ପାଇ ବାପା ବେଲଧର ମାଝି ଓ ପରିବାର ବର୍ଗ ଚନ୍ଦ୍ରପୁରରେ ପଂହଚି ଏ ବାବଦରେ ଥାନାରେ ଏତଲା ଦେବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଆଲିସା ସଂଗଠନର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଲକ୍ଷ୍ମୀକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ବାପା ବେଲଧର ମାଝି ଏତଲାରେ ଉଲ୍ଳେଖ କରିଥିବା ଜଣାପଡିଛି।

ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଉଥିବା ଜଣାପଡିବା ପରେ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ପାଇଁ ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ଡଃ.ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସଂପାଦିକା ବବିତା ପାତ୍ରଙ୍କ ନେତୃତ୍ୱରେ ସତ୍ୟ ଅନୁସନ୍ଧାନକାରୀ ଦଳ ପଂହଚି ସ୍ଥାନୀୟ ଲୋକ ତଥା ଡାକ୍ତର, ପୁଲିସଙ୍କ ସହ ଆଲୋଚନା କରି ଫେରିଛନ୍ତି।ରାଜ୍ୟରେ ଏବେ ନାବାଳିକା, ଯୁବତୀ, ମହିଳା କେହି ବି ସୁରକ୍ଷିତ ନ ଥିବା ବେଳେ ଦକ୍ଷିଣ ଓଡିଶାରେ ଏଭଳି ଘଟଣା ଏବେ ଧୀରେଧୀରେ ମୁଣ୍ଡ ଟେକିବାରେ ଲାଗିଛି ବୋଲି ଅଭିଯୋଗ ହୋଇଥିଲା।

ରାୟଗଡା ଜିଲ୍ଳାରେ ମହିଳାମାନଙ୍କ ଉପରେ ଘଟିଥିବା ବିଭିନ୍ନ ଘଟଣାର ଉଦାହରଣ ଦେଇ ଡଃ.ବିଶ୍ୱାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏପରିକି ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଳାରେ ଆଦିବାସୀ ମହିଳା, ଯୁବତୀମାନେ ସୁରକ୍ଷିତ ନ ଥିବା ବେଳେ ଏଠାରେ ଆଇନକୁ କୁଠାରଘାତ କରାଯାଉଛି ବୋଲି ଡଃ.ବିଶ୍ୱାଳ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କେ.ଅଶ୍ୱିନୀ, ଜିଲ୍ଳା ଉପସଭାପତି ଅର୍ଚ୍ଚନା ବର୍ମା, ଜିଲ୍ଳା ମହିଳା ମୋର୍ଚ୍ଚା ଉପସଭାପତି ଭାନୁମତି ମୁଦୁଲି, ରେଖାରାଣୀ ନାୟକ, ଜିଲ୍ଳା ସାଧରଣ ସଂପାଦିକା ରଜିତା କାଡ୍ରକା, କୋଷାଧ୍ୟକ୍ଷା ଟି.ଚନ୍ଦ୍ରକଳା, ସଂପାଦିକା ସୀମା ଉପାଧ୍ୟୟ, ଜିଲ୍ଳା ବିଜେପି କମିଟି ସାଧାରଣ ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ଉମେଶ ଖୋସଲା, ଗୋପୀ ଆନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।