ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଇଆ‌ଇଟି ଭୁବନେଶ୍ବର ପାଇଲା ‘ୟୁନିଭର୍ସିଟି ଅଫ୍ ଦି ଇୟର୍’ ସମ୍ମାନ

ଭୁବନେଶ୍ବର : ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିସି) ପକ୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ଉତ୍ସବରେ ଆଇଆଇଟି ଭୁବନେଶ୍ବରକୁ ୟୁନିଭର୍ସିଟି ଅଫ୍‌ ଦି ଇୟର୍ ସମ୍ମାନ ପ୍ରଦାନ କରାଯାଇଛି। ୧୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଏହି ସମ୍ମାନ ମିଳିଛି। ୧୧ଟି ବର୍ଗରେ ସମ୍ମା‌ନ ପ୍ରଦାନ କରାଯାଇଥିବାବେଳେ ଆ‌ଇଆଇଟି ଭୁବନେଶ୍ବରକୁ ଏହି ସମ୍ମାନ ମିଳିଛି। ଆଇଆଇଟି ଭୁବନେଶ୍ବରକୁ ଏହି ସମ୍ମାନ ମିଳିବା ପରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଆର୍‌.ଭି ରାଜକୁମାର କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆମେ ସର୍ବଦା ଗୁରୁତ୍ବ ଦେଇଥାଉ। କରୋନା ମହାମାରୀ ସମୟରେ ସାରା ବିଶ୍ବ ଠପ୍ ହୋଇଯାଇଥିବାବେଳେ ଆଇଆଇଟି-ଭୁବନେଶ୍ବରର ପାଠପଢ଼ା ପ୍ରଭାବିତ ହୋଇନଥିଲା। ଏପରିକି ଅନଲାଇନ୍‌ରେ ପରୀକ୍ଷା ପରିଚାଳନା କରିବା ସହିତ ନିରୀକ୍ଷକଙ୍କୁ ବି ନିୟୋଜିତ କରାଯାଇଥିଲା। ଅନଲାଇନ୍‌ରେ ପ୍ରାକ୍ଟିକାଲ କ୍ଲାସରୁ ଆରମ୍ଭ କରି ସମାବର୍ତ୍ତନ ଉତ୍ସବ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ହୋଇଥିଲା। ସେପ୍ଟେମ୍ବର ମାସରେ ମାତ୍ର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ବର୍ଷତମାମ୍ କରୋନା ଜନିତ ପ୍ରଭାବ କ୍ୟାମ୍ପସରେ ପଡ଼ିନଥିଲା। ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆଇଆଇଟି-ଭୁବନେଶ୍ବରକୁ ଆଜି ଏ ସଫଳତା ମିଳିଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି