ଅପରାଧ ରାଜ୍ୟ

ଅସୁରକ୍ଷିତ ରାଜଧାନୀ, ମାତିଛନ୍ତି ଲୁଟେରା: ରାତି ଅଧରେ ଘରେ ପଶି କରୁଛନ୍ତି ଲୁଟ୍‌ପାଟ୍, ସିସିଟିଭିରେ ଧରାପଡିଲେ ଚୋର

ଭୁବନେଶ୍ୱର ୧୬/୦୭: ରାଜଧାନୀରେ ମାତିଛନ୍ତି ଲୁଙ୍ଗି ଗାମୁଛା ବେଶଧାରୀ ଗ୍ୟାଙ୍ଗ । ଶ୍ରମିକ ବେଶରେ ଆସୁଛନ୍ତି ଘରେ ପଶି ଲୁଟୁଛନ୍ତି । ସିସିଟିଭି କଏଦ ହେଲା ଗ୍ୟାଙ୍ଗର ଦୃଶ୍ୟ । ଏହି ଗ୍ୟାଙ୍ଗର ଲୂଟ୍ ଉଦ୍ୟମ ପଣ୍ଡ ହୋଇଛି । ଲିଙ୍ଗରାଜ ଥାନା ଗ୍ୟାରେଜ ଛକ ନିକଟ କେନାଲ ରୋଡ କଲୋନୀରେ ଜଣକ ଘରେ ରାତି ଅଧରେ ପଶିବାକୁ ଉଦ୍ୟମ କରୁଥିଲେ ।

ସମ୍ପୃକ୍ତ ଘର ଲୋକ ଚେତା ଥିବା ବେଳେ ଗ୍ୟାଙ୍ଗକୁ ଦେଖି ପାଟି କରିବା ପରେ ଚମ୍ପଟ ମାରିଥିଲେ । ସିସିଟିଭି ଫୁଟେଜରେ ୫ ଜଣ ଲୁଟେରା ଧରାପଡିଛନ୍ତି । ସମସ୍ତେ ଲୁଙ୍ଗି ପିନ୍ଧିଥିବା ବେଳେ ମୁଣ୍ଡରେ ଗାମୁଛା ଭିଡିଛନ୍ତି । ସେହି ଘର ଲୋକ ପାଟି କରିବା ପରେ ଲୁଟେରା ମାନେ ଦୌଡା ଦୌଡ଼ି ହୋଇ ଯାଉଛନ୍ତି ।

ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବ ରୁ ଏଭଳି ଏକ ଗ୍ୟାଙ୍ଗ ସାମନ୍ତରାୟପୁର ଅଂଚଳରେ ଜଣଙ୍କ ଘରେ ପଶି ଲୁଟ୍ କରିଥିଲେ । ସେହି ମାମଲାରେ ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସକୁ କିଛି ସୁରାକ ମିଳି ନଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।