ଖେଳ ଦେଶ ବିଦେଶ

ଅଷ୍ଟ୍ରେଲିଆ ଟିମ୍‌ର ପିଛା ଛାଡୁନି ଆହତ ସମସ୍ୟା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରୁ ଦୁଇ ଖେଳାଳି ବାଦ୍

ନୂଆଦିଲ୍ଲୀ, ୧୬/୦୬: ଅଷ୍ଟ୍ରେଲିଆ ଷ୍ଟାର୍ ବ୍ୟାଟସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଦମଦାର ପାଳିରେ ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ମାତ୍ ଦେଇଛି । ଦ୍ୱିତୀୟ ଦିନିକିଆ ଗୁରୁବାର ଖେଳାଯିବ । ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର୍ ଖେଳାଳି ମାର୍କସ୍ ଷ୍ଟୋଇନସ ଆହତଜନିତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ।

ଏହାସହ ସ୍ପିନର୍ ଆଷ୍ଟନ୍ ଏଗର ମଧ୍ୟ ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ । ସେ ପ୍ରଥମ ଦିନିକିଆରେ ୩୧ ବଲରୁ ୪୪ ରନ୍ କରିଥିଲେ । ଉଭୟଙ୍କ ସ୍ଥାନରେ ଟ୍ରାଭିଡ୍ ହେଡ୍ ଓ ମାଥ୍ୟୁ କୁହନେମେନଙ୍କୁ ସାମିଲ କରାଯାଇଛି ।

କଙ୍ଗାରୁ ଟିମ୍ ପୂର୍ବରୁ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛି । ଦିନିକିଆ ସିରିଜରେ ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ, କେନ୍ ରିଚାର୍ଡସନ୍ ଓ ସିନ୍ ଆବାର୍ଟଙ୍କ ଭଳି ଖେଳାଳି ଆହତଜନିତ କାରଣରୁ ଖେଳୁନାହାଁନ୍ତି ।

ମାଥ୍ୟୁଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ

୨୫ ବର୍ଷୀୟ ମାଥ୍ୟୁ କୁହନେମେନ ବାମହାତୀ ସ୍ପିନର୍ ଅଟନ୍ତି । ସେ ଅଷ୍ଟ୍ରେଲିଆ ତରଫରୁ ୧୦ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି । ଏହାସହ ୨୯ ଓ୍ୱିକେଟ୍ ନେଇଛନ୍ତି । ତାଙ୍କୁ ଦିନିକିଆରେ ସୁଯୋଗ ମିଳିପାରେ ।

ଅଷ୍ଟ୍ରେଲିଆ ଟିମ୍

ଡେଭିଡ୍ ଓ୍ୱାର୍ଣ୍ଣର, ଆରୋନ ଫିଞ୍ଚ, ଷ୍ଟିଭ୍ ସ୍ପିଥ୍, ମାର୍ନସ୍ ଲାବୁସେନ, ଟ୍ରାବିସ୍ ହେଡ, ଆଲେକ୍ସ କେରୀ, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ପ୍ୟାଟ୍ କମିନ୍ସ, ଝାୟ ରିଚାର୍ଡସନ୍, ମାଇକେଲ୍ ସ୍ୱେପସନ୍, ଜୋସ୍ ହେଜଲଉଡ୍, ଜୋସ୍ ଇଂଲିଶ. କ୍ୟାମରନ୍ ଗ୍ରୀନ୍ ଓ ମାଥ୍ୟୁ କୁହନେମେନ୍

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ