ଅଷ୍ଟାଦଶ କୁମାରୋତ୍ସବ ପାଳିତ
(ପଣ୍ଡିତ୍ କେ. ରାମାରାଓ ପାତ୍ରଙ୍କୁ ଗୁରୁ ସହଦେବ ପାଢୀ ସ୍ମାରକୀ ସମ୍ମାନ )
ବିକ୍ଷାତ ଓଡିଶୀ ନୃତ୍ୟଗୁରୁ ସହଦେବ ପାଢୀଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଡ୍ୟାନସ୍ ଆଣ୍ଡ ରିସର୍ଚ୍ଚ ଏକାଡେମି ଭୂବନେଶ୍ୱରରେ ପାଳନ କରିଛି ଅଷ୍ଟାଦଶ କୁମାରୋଉତ୍ସବ । ନଭସଂଚାରୀ ସଂଯୋଗର ଉତ୍ସବିତ ଦୁଇଦିନର କୁମାର ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ, ସାଂସଦ ତଥା ଚଳଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ଉଡ୍ର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ।

ଓଡିଶାର କଳା ସଂସ୍କୃତି ତଥା ଶାସ୍ତ୍ରୀୟ ଓଡିଶୀ ନୃତ୍ୟକୁ ଲୋକାଭୀ ମୁଖୀ କରିବା ପାଇଁ ଉଡ୍ରର ଆଭିମୂଖ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିସୃତି ଦେଇଥିଲେ ଅତିଥି ବୃନ୍ଦ । ପ୍ରଥିତଯଶା ବୀଣାବାଦକ କେ. ରାମାରାଓ ପାତ୍ରଙ୍କୁ ୨୦୨୧ବର୍ଷର ସମ୍ମାନ ଜନକ ଗୁରୁ ସହଦେବ ପାଢୀ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପରେ ଉଡ୍ର ଅନୁଷ୍ଠାନର ଶିଳ୍ପୀଗଣ ଗୁରୁ ଆରତୀକରଙ୍କ ସଂଯୋଜନାରେ ପ୍ରସ୍ତୁତି କରିଥିଲେ ।

ଦଳଗତ ନୃତ୍ୟ ପରେ ପ୍ରସ୍ତୁତି ହୋଇଥିଲା ବସନ୍ତ ପଲ୍ଲବୀ ଉଡ୍ରର ପ୍ରଶିକ୍ଷିତ ଶିଳ୍ପୀଗଣ ଗୁରୁ ବିଜୟ ଜେନାଙ୍କ ସଂଯୋଜନାରେ ପ୍ରସ୍ତୁତ କରିଥିଲେ ବୃନ୍ଦ ତବଲା ବାଦନ । ପରବର୍ତ୍ତି ଆକର୍ଷଣ ଥିଲା ‘ଆରଭୀ ପଲ୍ଲବୀ’ ଶୁଦ୍ଧ ନୃତ୍ୟକୁ ପରିବେଷଣ କରିଥିଲେ ଶିଳ୍ପୀମାନେ । ସଂଗୀତ ଗୁରୁ ଉମେଶ ଚନ୍ଦ୍ର ଦାଶଙ୍କ ପରିଚାଳନାରେ ଦଳଗତ ପରିବେଷଣ ‘ଗୀତଗୋବିନ୍ଦ’ ଅଷ୍ଟପଦୀ ବେଶ ମନଛୁଆଁ ହୋଇଥିଲା । ପରିଶେଷରେ ପ୍ରସ୍ତୁତ ହୋଇଥିଲା ଦଳଗତ ଉପସ୍ଥାପନା ‘ଦେବୀ’ । ଡଃକ୍ଟର ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ପାଢୀ ଓ ଉଡ୍ର ପରିବାରର ସଭ୍ୟଗଣ ସହଯୋଗ କରିଥିଲେ ।
