ଅପରାଧ ରାଜ୍ୟ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ, ଶୌଚାଳୟରେ କିରୋସିନି ଢାଳି ଲଗାଇଦେଲା ନିଆଁ

ସୋର ୨୪।୦୭ : ବୀଭତ୍ସ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ ।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ ବିଷ ବୋତଲ । ଏପିରିକି ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି କାଟିଥିଲେ ଅଭିଯୁକ୍ତ ।ଏହାପରେ ଯୁବତୀଙ୍କୁ କିରୋସିନି ଢାଳି ମାରିଦେଇଛି ସେହି ଗାଁର ଦୟାନିଧି ଜେନା । ଏବେ ଯାଏଁ ଏହା ପଛର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।