ଖେଳ ଦେଶ ବିଦେଶ

ଅଶ୍ୱିନଙ୍କ ଜାଲରେ ଫସିଗଲା କଙ୍ଗାରୁ ଟିମ୍, ମାନିଲେ ମାର୍ଣ୍ଣସ୍ ଲାବୁସେନ୍

ନୂଆଦିଲ୍ଲୀ,୦୧/୦୧: ଭାରତୀୟ ସ୍ପିନର ଆର ଅଶ୍ୱିନଙ୍କ ଚତୁର ବୋଲିଂରେ ଫସିଗଲା ଅଷ୍ଟ୍ରେଲିଆ ଟିମ୍ । ତେଣୁ ମେଲବର୍ଣ୍ଣରେ ମାତ୍ ଖାଇଲା କଙ୍ଗାରୁ ବାହିନୀ । ଏକଥା ମାନିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ ମାର୍ଣ୍ଣସ୍ ଲାବୁସେନ୍ ।

ଏବେସୁଦ୍ଧା ଖେଳାଯାଇଥିବା ଦୁଇଟି ଟେଷ୍ଟର ୩ଟି ଇନିଂସରେ ଅଷ୍ଟ୍ରେଲିଆ ୧୯୧, ୧୯୫ ଓ ୨୦୦ ରନରେ ଅଲଆଉଟ୍ ହୋଇଯାଇଥିଲା । ଦୁଇଟି ଟେଷ୍ଟରେ ଅଶ୍ୱିନ୍ ୧୦ଟି ଓ୍ୱିକେଟ୍ ନେଇଥିଲେ । ଏହାମଧ୍ୟରୁ ସେ ଷ୍ଟିଭ୍ ସ୍ମିଥଙ୍କୁ ଦୁଇ ଥର ଓ ଲାବୁସେନଙ୍କୁ ଥରଟିଏ ଆଉଟ୍ କରିଛନ୍ତି ।

ଲାବୁସେନ ଏକ ଭର୍ଚ୍ୟୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ପୂର୍ବରୁ କେବେ ଅଶ୍ୱିନଙ୍କୁ ସାମ୍ନା କରିନଥିଲେ । ସେ ଜଣେ ମହାନ ସ୍ପିନର ସହ ଚତୁର ବୋଲର ମଧ୍ୟ । ସେ ସମସ୍ତ ପ୍ରସ୍ତୁତି କରି ଷ୍ଟାଡିୟମକୁ ଆସିଥିଲେ । ଭାରତୀୟ ବୋଲର ଆକର୍ଷଣୀୟ ବୋଲିଂ କରିଥିଲେ । ଭାରତର ସ୍ପିନ୍ ଓ ଦ୍ରୁତ ବୋଲିଂ ଶକ୍ତିଶାଳୀ ରହିଛି ।

ତେବେ ସ୍ମିଥଙ୍କ ଖରାପ ଫର୍ମକୁ ନେଇ ସେ କହିଛନ୍ତି ଯେ, ସେ କିଛି ସମୟ ପୂର୍ବରୁ ଶତକ ଅର୍ଜନ କରିଥିଲେ । ସେ ଦିନିକିଆରେ ଅଧିକ ମ୍ୟାଚ୍ ଖେଳିଛନ୍ତି । ନାଲି ବଲରେ ତାଙ୍କର ଅଧିକ ଅଭିଜ୍ଞତା ନାହିଁ । ଟେଷ୍ଟ କ୍ରିକେଟରେ ତାଙ୍କର ୬୦ରୁ ଅଧିକ ଆଭରେଜ୍ ରହିଛି । କ୍ୟାରିଅର ଆରମ୍ଭରୁ ଶେଷ ଯାଏଁ ସ୍ମିଥ୍ ଭଲ ଖେଳିଥିବା ଲାବୁସେନ୍ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ