ନ୍ୟୁୟର୍କ, ୦୩|୦୬: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁରୁବାର ଓ୍ୱିସ୍କୋନସିନରେ ଜଣେ ଆତତାୟୀ ଖୁଲମ ଖୁଲା ଗୁଳିମାଡ କରିଛି । ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଗୁଳିମାଡ ହୋଇଥିଲା । ଯେଉଁଥିରେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଗୁରୁବାର ଦ୍ୱିପ୍ରହରରେ ଗ୍ରାଲଲାଣ୍ଡରେ ଥିବା ଏକ ମଶାଣିରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ କ୍ରିୟା ହେଉଥିଲା । ଏହି ସମୟରେ ଜଣେ ଆତତାୟୀ ମନଇଚ୍ଛା ଗୁଳି ମାଡ କରିଥିଲା । ଯେଉଁଥିରେ ଏକାଧିକ ଆହତ ହୋଇଛନ୍ତି । କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ୫ ଜଣ ଆହତ ହୋଇଥିବା କହିଛି । ତେବେ ପ୍ରକୃତରେ କେତଜଣ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣା ପରେ ମଶାଣି ନିକଟକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଆମେରିକାରେ ଗୁଳିକାଣ୍ଡ ମାମଲା ବଢିବାରେ ଲାଗିଛି । ଗତ ସପ୍ତାହରେ ଏକ ସ୍କୁଲରେ ଗୁଳିକାଣ୍ଡ ହେବା ଫଳରେ ୨୧ ଜଣ ପ୍ରାଣ ହରାଇଥିଲେ । ସେହିପରି ବୁଧବାର ମଧ୍ୟ ଏକ ହସ୍ପିଟାଲରେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ଏକାଧିକ ମୃତାହତ ହୋଇଥିଲେ ।