ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଲ-ହବଟ୍ଟର ଡବଲ ଟେନିସ୍ ଚାମ୍ପିଅନ ହେଲେ ଭାରତୀୟ ଅଙ୍କିତା ରାଇନା, ଦୁବାଇ ଟାଇଟଲ୍ ପୂର୍ବରୁ ଚଳିତ ବର୍ଷ ଜିତିଛନ୍ତି ଆଉ ୩ ଟ୍ରଫି

ନୂଆଦିଲ୍ଲୀ,୧୫/୧୨: ଭାରତୀୟ ଟେନିସ୍ ଖେଳାଳି ଅଙ୍କିତା ରାଇନା ଦୁବାଇରେ କ୍ୟାଟରିନ୍ ଗୋଗର୍ଦଜେଙ୍କ ସହ ମିଳିତ ଭାବେ ଅଲ ହବଟ୍ଟର ଟ୍ରଫି ଜିତିଛନ୍ତି । ଏହା ହେଉଛି କାଙ୍କର ତୃତୀୟ ଡବଲ୍ସ ଟ୍ରଫି । ଭାରତ ଓ ଜର୍ଜିଆର ଏହି ଦୁଇ ଖେଳାଳି ଶନିବାର ଏକଲକ୍ଷ ଡଲାର ପୁରସ୍କାର ରାଶିର ଏହି ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟକୁ ଜିତିନେଇଛନ୍ତି ।

ଉଭୟ ଫାଇନାଲରେ ସ୍ପେନର ବୋଲସୋବା ଜାଦୋଇନୋବ ଓ ସ୍କୋବାକିୟାଙ୍କୁ ୬-୪ ଓ ୩-୬ ଓ ୧୦-୬ ସେଟରେ ପରାସ୍ତ କରିଛନ୍ତି । ଅଙ୍କିତାଙ୍କର ଏହା ହେଉଛି ଚତୁର୍ଥ ଡବଲ୍ସ ଟ୍ରଫି । ଏହାସହ ଚଳିତ କ୍ୟାଲେଣ୍ଡର ବର୍ଷର ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଜୟ ଅଟେ ।ଏହାପୂର୍ବରୁ ସେ ଯେଉଁ ଟ୍ରଫି ହାସଲ କରିଥିଲେ ତାହା ୨୫ ହଜାର ଡଲାରର ଥିଲା ।

ଚଳିତ ବର୍ଷ ଫେବ୍ରୁଆରୀରେ ଅଙ୍କିତା ତିନୋଟି ଫାଇନାଲରେ ପ୍ରବେଶ କରିଥିଲେ । ଯେଉଁଥିରେ ସେ ବିବିୟାନୋ ସୁଫସଙ୍କ ସହ ଥାଇଲାଣ୍ଡର ନୋଥାବୁରୀରେ ଲଗାତର ବିଜୟୀ ହୋଇଥିଲେ । ଏହାସହ ସେ ଯୋଧପୁରରେ ହମବତନ ସ୍ନେହଲ ମାନେଙ୍କ ସହ ଉପ ବିଜେତା ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ