ଖେଳ ଦେଶ ବିଦେଶ

ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍‌ସିପ୍‌: ୨୧ ବର୍ଷ ପରେ ପ୍ରଥମ ପୁରୁଷ ଖେଳାଳି ଭାବେ ଫାଇନାଲରେ ଲକ୍ଷ୍ୟ ସେନ୍

ବର୍ମିଂହାମ୍‌: ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ଅଲ ଇଂଲଣ୍ଡ ଓପନ୍ ୨୦୨୨ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲି ଜି ଜିଆଙ୍କୁ ପରାସ୍ତ କରି ୫ମ ଭରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଗତ ୨୧ ବର୍ଷ ମଧ୍ୟରେ ଅଲ ଇଂଲଣ୍ଡ ଓପନରେ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି ଫାଇନାଲରେ ପ୍ରବେଶ କରି ନଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଭାରତୀୟ ଭାବେ ଲକ୍ଷ୍ୟ ଏହି ସଫଳତା ହାସଲ କରିଛନ୍ତି। କେବଳ ୩ ଜଣ ଭାରତୀୟ ପ୍ରକାଶ ନାଥ (୧୯୪୭), ପ୍ରକାଶ ପାଦୁକୋନ (୧୯୮୦ ଏବଂ ୧୯୮୧) ଏବଂ ପୁଲେଲା ଗୋପୀଚାନ୍ଦ (୨୦୦୧) ଲକ୍ଷ୍ୟଙ୍କ ପୂର୍ବରୁ ଫାଇନାଲରେ ପ୍ରବେଶ କରିଥିଲେ। ଅତୀତରେ କେବଳ ପାଦୁକୋନ ଏବଂ ଗୋପୀଚାନ୍ଦ ଭାରତ ପାଇଁ ସମ୍ମାନଜନକ ଟାଇଟଲ୍ ଜିତିଛନ୍ତି। ସାଇନା ନେହୱାଲ ୨୦୧୫ରେ ସ୍ପେନର ତାରକା କାରୋଲିନା ମାରିନଙ୍କୁ ହରାଇ ପ୍ରଥମ ମହିଳା ଭାବେ ଅଲ ଇଂଲଣ୍ଡ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ।

ଶନିବାର ଦିନ, ପୁରୁଷ ସିଙ୍ଗଲ୍ସ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଲି ଜି ଜିଆଙ୍କୁ ଲକ୍ଷ୍ୟ ସେନ୍‌ ୨୧-୧୩, ୧୨-୨୧, ୨୧-୧୯ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ରବିବାର ବର୍ମିଂହାମ୍‌ରେ ଭାରତୀୟ ଦର୍ଶକଙ୍କ ସମର୍ଥନ ପାଇବା ସହ ୩ୟ ଭାରତୀୟ ଭାବେ ଏହି ସମ୍ମାନଜନକ ଟାଇଟଲ୍ ଜିତିବେ ବୋଲି ସେ ଅଶା ରଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ