ସାନଖେମୁଣ୍ଡି ୧୭/୦୬: ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବଡଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ବାଡ଼ିପଟ ଅଳିଆଗଦାରୁ ।
ଆଜି ଅସକାଳୁ ଏହି ଅଳିଆ ଗଦାରେ ନବଜାତ ଶିଶୁପୁତ୍ର ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l ଶିଶୁପୁତ୍ରଟିକୁ ସେଠାରୁ ଉଦ୍ଧାର କରି ଧରାକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତିକରାଯାଇଥିଲା । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା କହିଥିବା ବେଳେ କିଏ ଏବଂ କାହିଁକି ନବଜାତ ଶିଶୁକୁ ଅଳିଆ ଗଦାରେ ପକାଇଲା ତାହା ଏବେ ବଡପ୍ରଶ୍ନ ହୋଇଛି ।
ଅବୈଧ ସମ୍ପର୍କରୁ ଏହି ଶିଶୁପୁତ୍ର ଜନ୍ମିତ ହୋଇଥିବାରୁ ଏହିଭଳି ଅଳିଆ ଗଦାରେ ପକାଯାଇଥିବା ଅଞ୍ଚଳରେ ଆଲୋଚନା ହେଉଛି । ସେପଟେ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।