ଖେଳ ଦେଶ ବିଦେଶ

ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜଙ୍କ ଚାଞ୍ଚଲ୍ୟକର ଖୁଲାସା, ଗୋଟିଏ କିଡନୀରେ ହାସଲ କରିଛନ୍ତି ସଫଳତା

କୋଚି ୮।୧୨: ଭାରତୀୟ ଅଲମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ କିଡନୀ ସାହାରାରେ ଶୀର୍ଷ ସ୍ଥାନରେ ସଫଳତା ହାସଲ କରିଛନ୍ତି । ଆଇଏଏଏଫ ବିଶ୍ବ ଆଥଲେଟିକ୍ସ ଫାଇନାଲସ (ମୋନାକୋ ୨୦୦୫)ର ଗୋଲ୍ଡ ମେଡାଲିଷ୍ଟ ଲଙ୍ଗ୍ ଜମ୍ପ୍ ର ଏହି ଷ୍ଟାର ଆଥଲେଟ୍ସ କହିଥିଲେ ଯେ, ପେନ୍ କିଲର ଔଷଧକୁ ମଧ୍ୟ ତାଙ୍କୁ ଆଲର୍ଜି ଥିଲା । ଏପରି ସବୁ ବାଧାବିଘ୍ନ ସତ୍ତ୍ବେ ସେ ଏହି ସଫଳତା ପାଇଛନ୍ତି ।


ଅଞ୍ଜୁ ଟ୍ବିଟ୍ ରେ ଲେଖିଛନ୍ତି ଯେ, ‘ମାନନ୍ତୁ କି ମାନନ୍ତୁ ମୁଁ ସେହି ଭାଗ୍ୟଶାଳୀ ଲୋକଙ୍କ ମଧ୍ୟରେ ସାମିଲ ଅଛି ଯେଉଁମାନେ ଗୋଟିଏ କିଡନୀ ସହାୟତାରେ ବିଶ୍ବର ଶୀର୍ଷ ସ୍ତରରେ ପହଞ୍ଚିଛନ୍ତି । ଏପରିକି ମୋତେ ପେନ୍ କିଲରରୁ ଆଲର୍ଜି ଥିଲା । ଦୌଡ ଆରମ୍ଭରୁ ମୋର ଆଗରେ ରହୁଥିବା ପାଦ ଠିକ୍ ସେ କାମ କରୁନଥିଲା । କେତେକ ସୀମା ଥିଲା କିନ୍ତୁ ମୁଁ ସଫଳତା ପାଇଲି । କଣ ଆମେ ଏହାକୁ କୋଚଙ୍କ ଯାଦୁ ଅଥବା ତାଙ୍କ ପ୍ରତିଭା କହିପାରିବା ।’


ଅଞ୍ଜୁ ତାଙ୍କ ସ୍ବାମୀ ରବର୍ଟ ଜର୍ଜଙ୍କଠାରୁ କୋଚିଂ ନେବା ପରେ ତାଙ୍କ କ୍ୟାରିୟର ଶୀର୍ଷରେ ପହଞ୍ଚିଥିଲା । ଅଞ୍ଜୁ କହିଥିଲେ ଯେ, ସେ ଏହି ମହାମାରୀ ସମୟରେ ବର୍ତ୍ତମାନ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାକୁ ଏହି ସୂଚନା ଦେଇଛନ୍ତି ।

ମହାମାରୀ କାରଣରୁ ଖେଳାଳିମାନେ ଅଭ୍ୟାସ କରିପାରୁନାହାନ୍ତି କି ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯାଇପାରୁନାହିଁ । ସେ କହିଥିଲେ ଯେ, ଲୋକମାନେ ଭାବନ୍ତି ଯେ, ମୋ ଶରୀର ସୁଗଠିତ । ମାତ୍ର ସତ କଥା ଯେ ମୁଁ ଅନେକ ସମସ୍ୟା ପାର କରି ସଫଳତା ହାସଲ କରିଛି । ମୁଁ ଆଶା କରୁଛି ଯେ, ମୋ ଅନୁଭବ ସେୟାର କରିବା ପରେ ଆଗାମୀ ପୀଢିର ଖେଳାଳିଙ୍କୁ ପ୍ରଭାବିତ କରିବାରେ ସହାୟକ ହେବ ।

ଅଞ୍ଜୁ କହିଛନ୍ତି ଯେ, ପ୍ୟାରିସ୍ ରେ ୨୦୦୩ ବିଶ୍ବ ଆଥେଲେଟିକ୍ସ ଚମ୍ପିଆନସିପ୍ ର ମାତ୍ର ୨୦ ଦିନ ପୂର୍ବରୁ ଜର୍ମାନୀ ଚିକିତ୍ସକ ତାଙ୍କୁ ୬ ମାସ ବିଶ୍ରାମ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ମୁଁ ସବୁ ବାଧାବିଘ୍ନ ପାର କରି ପଦକ ଜିତିଥିଲି । ଅନ୍ତରାଷ୍ଟ୍ରୀୟ ଚମ୍ପିଆନସିପ୍ ଆରମ୍ଭ ହେବା ପୂର୍ବରୁ କିଛି ସ୍ବାସ୍ଥ୍ୟ ସମସ୍ୟା କାରଣରୁ ୨୦୦୧ରେ ବେଙ୍ଗାଲୁରୁରେ କରାଯାଇଥିବା ପରୀକ୍ଷାରୁ ଜଣାପଡିଥିଲା ଯେ, ତାଙ୍କର ଗୋଟିଏ ମାତ୍ର କିଡନୀ ଅଛି । ସେ କହିଛନ୍ତି ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସ୍ବାମୀ ବବି ମୋତେ କ୍ୟାରିୟର ଜାରି ରଖିବା ଏବଂ ସଫଳତା ହାସଲ କରିବା ପାଇଁ ପ୍ରେରିତ କରିଥିଲେ ବୋଲି ସେ କହିଛନ୍ତି । ସେ ଏପରି କହିଥିଲେ ଯେ, ଯଦି ତାଙ୍କୁ କିଛି ସମସ୍ୟା ହୁଏ ତେବେ ସେ ତାଙ୍କର ଏକ କିଡନୀ ଦେଇଦେବେ । ସେ କହିଛନ୍ତି ଯେ, ନିଜ ସ୍ବାସ୍ଥ୍ୟକୁ ନେଇ ଉପୁଜିଥିବା ପରିସ୍ଥିତିର ସାମ୍ନା କରିବାକୁ ସେ ଏବେ ପର୍ଯ୍ୟାପ୍ତ ପରିପକ୍ବ ହୋଇଯାଇଛନ୍ତି । ସେ କହିଛନ୍ତି ଯେ, ଯଦି ମୁଁ ସେହି ସମୟରେ ମୋ ସ୍ବାସ୍ଥ୍ୟ ସଂପର୍କରେ କହିଦେଇଥାନ୍ତି ତେବେ ସ୍ଥିତି କିଛି ଭିନ୍ନ ହୋଇଥାନ୍ତା ।


ଭାରତୀୟ ଆଥଲେଟିକ୍ସ ଫେଡେରେସନ୍ (ଏଏଫଆଇ) କହିଛି ଯେ ଆଇଏଏଏଫ ବିଶ୍ବ ଚାମ୍ପିଅନସିପ୍ (ପ୍ୟାରିସ୍ ୨୦୦୩) ରେ ଭାରତର ଏକମାତ୍ର ପଦକ ବିଜେତା, ଆଇଏଏଏଫ ବିଶ୍ବ ଆଥଲେଟିକ୍ସ ଫାଇନାଲ୍ (ମୋନାକୋ ୨୦୦୫) ର ସ୍ବର୍ଣ୍ଣ ପଦକ ବିଜେତା ଏବଂ ନିଜର ଶ୍ରେଷ୍ଠ କ୍ୟାରିଅର୍ ସମୟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଥିବା ଅଞ୍ଜୁ ଦେଶର ପ୍ରେରଣାଦାୟୀ ଟ୍ରାକ୍ ଏବଂ ଫିଲ୍ଡ ଷ୍ଟାର । ସେ ଅଲିମ୍ପିକ୍ ଗେମ୍ସ ୨୦୦୪ରେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ଏହାପରେ ସେ ୬.୮୩ ମିଟର ଜମ୍ପ୍ କରିଥିଲେ । ଆମେରିକାର ମରିୟନ୍ ଜୋନ୍ସଙ୍କୁ ଡୋପିଂ ଅଭିଯୋଗ ଯୋଗୁଁ ଅଯୋଗ୍ୟ ଘୋଷିତ ହେବା ପରେ ଅଞ୍ଜୁ ୨୦୦୭ରେ ପଞ୍ଚମ ସ୍ଥାନରେ ରହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ