ଦେଶ ବିଦେଶ ରାଜନୀତି

ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି: ଲୋକସଭା ବାଚସ୍ପତି ଓମ୍‌ ବିର୍ଲା

କୋଟା: ରବିବାର ଦିନ ରାଜସ୍ଥାନର କୋଟାସ୍ଥିତ ଦଶହରା ଷ୍ଟାଡିୟମ୍‌ରେ ଆୟୋଜିତ ‘କ୍ରେଡିଟ୍‌ ଆଉଟ୍‌ରିଚ୍‌ ପ୍ରୋଗ୍ରାମ୍‌’ରେ ବିଭିନ୍ନ ହିତାଧିକାରୀଙ୍କୁ ଉଦ୍‌ବ‌ୋଧନ ଦେବା ବେଳେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଗରିବମାନଙ୍କ ଦୁର୍ଦ୍ଦଶା ବୁଝନ୍ତି।

ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରି ବିର୍ଲା କହିଲେ, କେନ୍ଦ୍ର ଅର୍ଥମନ୍ତ୍ରୀ ବର୍ତ୍ତମାନ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେ କହିଥିଲେ, ଆଗାମୀ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‌ ପ୍ରସ୍ତୁତି କରୁଥିବାରୁ ଅର୍ଥମନ୍ତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ମୂଲ୍ୟବାନ। ସେ ସାଧାରଣ ବୁଲା ବିକାଳିଙ୍କ କଷ୍ଟ ବୁଝିପାରନ୍ତି। ସେ ଚା ବିକ୍ରେତା ହୁଅନ୍ତୁ କି, ଜଳଖିଆ ବିକ୍ରେତା ହୁଅନ୍ତୁ, ‘ପ୍ରଧାନମନ୍ତ୍ରୀ ନିଧି ଯୋଜନା’ ସେ ସେମାନଙ୍କୁ ସ୍ବାବଲମ୍ବୀ କରାଉଛନ୍ତି। ‘ମୁଦ୍ରା ଯୋଜନା’ ଓ ‘‌ଷ୍ଟାର୍ଟ-ଅପ୍‌ ଯୋଜନା’ରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ମୋଦୀ ଜଣେ କର୍ମଯୋଗୀ। ‘ସ୍ବୟଂ-ସହାୟକ ଗୋଷ୍ଠୀ’ରେ କାର୍ଯ୍ୟରତ ମହିଳାମାନେ ରାଜ୍ୟ ଅର୍ଥନୀତି କଳକୁ ସୁଦୃଢ଼ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କ୍‌ ସେମାନଙ୍କ ପାଖକୁ ଆସିଛି ବୋଲି ନଗରୀର ରାସ୍ତାକଡ଼ ଦୋକାନୀମାନଙ୍କୁ ଭେଟି କହିଲାରୁ ସେମାନେ ବିଶ୍ବାସ କଲେ ନାହିଁ। ବୁଲା ବିକାଳିମାନଙ୍କୁ ସ୍ବାବଲମ୍ବୀ କରାଇବାକୁ ବ୍ୟାଙ୍କ୍‌ ଅଧିକାରୀମାନେ ଋଣ ଦେଉଛନ୍ତି। ଏହି ସବୁ ଯୋଜନାଦ୍ବାରା ଗରିବ ଲୋକେ ନିଜ ନିଜ ଷ୍ଟଲ୍‌ କିଣିପାରିବେ। ବୁନ୍ଦିରେ ଜଣେ ବୁଣାକାର ଋଣ ପାଇଥିଲେ। ଏବେ ସେ ସ୍ବାବଲମ୍ବୀ ହୋଇପାରିଛନ୍ତି।

ବାଚସ୍ପତି ହେବା ସତ୍ତ୍ବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଦେଇଥିବା ଅବଦାନ ଲାଗି ଏହି ଜନସମାବେଶରେ କେନ୍ଦ୍ର ଅର୍ଥମନ୍ତ୍ରୀ ମଧ୍ୟ ଓମ୍‌ ବିର୍ଲାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ବାଚସ୍ପତି ସବୁ ଦଳର ଊର୍ଦ୍ଧ୍ବରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର